Legatus

ବାଲିଗୁଡା ଏନଏସି ତରଫରୁ ବୁଲା ଗାଈଗୋରୁ ଧରା ଅଭିଯାନ ଆରମ୍ଭ

 Breaking News

ବାଲିଗୁଡା ଏନଏସି ତରଫରୁ ବୁଲା ଗାଈଗୋରୁ ଧରା ଅଭିଯାନ ଆରମ୍ଭ

January 19
10:06 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୯/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ବୁଲା ଗାଈ ଗୋରୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ବାଲିଗୁଡା ସହର ପ୍ରତିଦିନ ଜନଗହଳି ପୂର୍ଣ୍ଣ ରହୁଥିବା ବେଳେ ବୁଲା ଗାଈ ଗୋରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିଲେ । କେବଳ ବଜାର କାହିଁକି ଟାଉନର ପେଟ୍ରୋଲ ଟାଙ୍କି ଠାରୁ ଆରମ୍ଭ କରି ହନୁମାନ ମନ୍ଦିର ,ମିନି ଷ୍ଟାଡିୟମ ,ବୁଡାଗୁଡା ଛକ ,ବସଷ୍ଟାଣ୍ଡ ,ପାଟ୍ଟଖଣ୍ଡା ମନ୍ଦିର ,ନେହୁରୁ ଛକ, ତ୍ରିବେଦୀ ପାର୍କ ,ଗାନ୍ଧୀ ଛକ ,ମେଡିକାଲ ଛକ ,ଥାନା ,ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ,ବ୍ଲକ କାର୍ଯ୍ୟାଳୟ ,ଆଦିବାସୀ ମହାବିଦ୍ୟାଳୟ ଜେଲ ପର୍ଯ୍ୟନ୍ତ ୫୯ନଂ. ଜାତୀୟ ରାଜପଥ ରେ ମାଳ ମାଳ ବୁଲା ଗାଈଗୋରୁ ରାସ୍ତା ଉପରେ ବସି ରହୁଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି ।
ସ୍ଥାନୀୟ ଏନଏସି ତରଫରୁ ପୂର୍ବରୁ ବାରମ୍ବାର ଗାଈ ଗୋରୁଙ୍କୁ ନିଜ ଘରେ ରଖିବା ପାଇଁ ବାରମ୍ବାର ପ୍ରଚାର କରାଯିବା ପରେ ମଧ୍ୟ କୌଣସି ପ୍ରକାରେ ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ବାଲିଗୁଡା ଏନଏସି ତରଫରୁ ବୁଲାଗାଈ ଗୋରୁ ମାନଙ୍କୁ ରାସ୍ତା ରୁ ଉଠାଇ ନେବା ପାଇଁ ଏନଏସି ପକ୍ଷରୁ ଏକ ଗୋରୁ ବୁହା ଗାଡି କିଣାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା କହିଛନ୍ତି ।
ଗୁରୁବାର ଠାରୁ ତାର ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୧୦ ଟି ଗାଈକୁ ରାସ୍ତାରୁ ଉଠାଇ ଉକ୍ତ ଗାଡିରେ ନିଆଯାଇଛି ବୋଲି ଏନଏସି ପକ୍ଷରୁ କୁହାଯାଇଛି ।
ପ୍ରଥମ ଦିନରେ ବାଲିଗୁଡା ପେଟ୍ରୋଲ ଟାଙ୍କିରୁ କଲେଜ ସ୍ମସାନ ପର୍ଯ୍ୟନ୍ତ ଓ ଗାନ୍ଧୀ ଛକରୁ ସୁନାପାଙ୍ଗା ସାହି ଶେଷ ପର୍ଯ୍ୟନ୍ତ ରାସ୍ତା ଉପରେ ଥିବା ଗାଈଗୋରୁ ଙ୍କୁ ଧରି ଗାଡିରେ ଭର୍ତ୍ତି କରି ବାଲିଗୁଡା ଠାରୁ ବହୁଦୂରରେ ନେଇ ଛାଡି ଦିଆଯାଇଥିଲା ।
ପରବର୍ତ୍ତୀ ସମୟରେ ଗାଈଗୋରୁ ଙ୍କୁ ରଖିବା ପାଇଁ ଏକ କାଞ୍ଜିଆ ହୋଦା ନିର୍ମାଣ କରାଯାଇ ସେଠାରେ ରଖାଯିବ ବୋଲି ଏନଏସି ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକୁ ବାଲିଗୁଡାର ସବୁ ମହଲରେ ପ୍ରଶଂସା କରାଯିବା ସହ ରାସ୍ତାରେ ଟ୍ରାଫିକ ସମସ୍ୟା କମିବା ସହ ଦୁର୍ଘଟଣା ମଧ୍ୟ ରୋକା ଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।
ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ରଣ ପାଇଁ ଶୁଭଖୁଣ୍ଟି ସ୍ଥାପନ
ବାଲିଗୁଡା,୧୯/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବଜାର ଠାରେ ନିର୍ମାଣଧିନ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ପାଇଁ ପରିଚାଳନା କମିଟି ପକ୍ଷରୁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀଙ୍କ ନେତୃତ୍ବରେ ଗୁଣ୍ଡିଚା ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିଧି ପୂର୍ବକ ମଙ୍ଗଳ କାମନା ସହ ପୂଜାର୍ଚ୍ଚନା କରି ଶୁଭଖୁଣ୍ଟି ସ୍ଥାପନ କରିଥିଲେ।
ଏହି ରତ୍ନ ମୁଦ୍ରଣ କାର୍ଯ୍ୟକ୍ରମ ଚଳିତ ମାସ ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ଶ୍ରୀଜଗନ୍ନାଥ ପଞ୍ଚ ରାତ୍ରି ପାରାୟଣ ଓ ପ୍ରବଚନ,ଚବିଶି ପ୍ରହର ନାମ ଯଜ୍ଞ ଓ ଭିନ୍ନକ୍ଷମ ମାନଙ୍କ ପକ୍ଷରୁ ଭଜନ ସମାରୋହ କରାଯିବ।
ଏହି କାର୍ଯ୍ୟକ୍ରମରେ ଇଶ୍ଵର ପଲ୍ଲୀ, କୁଡୁତୁଲି ଓ ସିର୍ତ୍ତିଗୁଡା କୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗଣ ନଦିଆ କୀର୍ତ୍ତନରେ ସହଯୋଗ କରିଥିବା ବେଳେ ପୁରୋହିତ ରବିନ୍ଦ୍ରନାଥ ଶତପଥୀ ଓ ଶ୍ରୀଧର ତ୍ରିପାଠୀ ପୂଜକ ଭାବେ ରହିଥିଲେ ।
କମିଟିର ଉପ ସଭାପତି ନିର୍ମଳା ବେହର୍ଦ୍ଦଳାଇ ଓ ପଣ୍ଡିତ କୁମାର ବିଶିମାଝି, ସଂପାଦକ ଧବଳେଶ୍ଵର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲ୍ଲିକ, ବରିଷ୍ଠ ସଦସ୍ୟ ଶ୍ୟାମ ଘନ ସାହୁ,ଗୁରୁରାମ ପାତ୍ର, ପଦ୍ମନାଭ ସାହୁ,ସୁବାସ ଚନ୍ଦ୍ର ବିଶିମାଝି, କୈଳାସ ମହାପାତ୍ର,ହୃଷୀକେଶ ପାଢ଼ୀ,ସୁବାସ ଚନ୍ଦ୍ର ମହାରଣା,ରଞ୍ଜିତ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରଭାତ କୁମାର ପାଣିଗ୍ରାହୀ, ରଞ୍ଜିତ କୁମାର ମାଝି,ବ୍ରଜ କିଶୋର ସାହୁ,ବିଜୟ କୁମାର ସାହୁ, ଚିତ୍ତରଞ୍ଜନ ପାତ୍ର, ମନୋଜ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930