Indus Valley Times

ବାଲିଗୁଡା : ଜଙ୍ଗଲଜମି ପଟ୍ଟା ବଣ୍ଟନ

 Breaking News

ବାଲିଗୁଡା : ଜଙ୍ଗଲଜମି ପଟ୍ଟା ବଣ୍ଟନ

August 20
22:37 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୦/୮;ବାଲିଗୁଡା ପଂଚାୟତ ସମିତିର ସଭାଗୃହ ଠାରେ ମୋ ଜଙ୍ଗଲ ଜମି ଯୋଜନା ଜଙ୍ଗଲ ଅଧିକାର ଅଧି ନିୟମ ସପ୍ତାହ ପାଳନ ଅବସରରେ ଜଙ୍ଗଜମି ପଟ୍ଟା ବଣ୍ଟନ କରାଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ,ତହସିଲଦାର ଦୀପ୍ରତି ପ୍ରକାଶ ବେହେରା,ଡେପୁଟି କଲେକ୍ଟର ଧିରଜ ପାତ୍ର,ରାଜେନ୍ଦ୍ର ନାରାୟଣ ସେନାପତି, ରାଉତ,ଏବିଡିଓ ପ୍ରଦୀପ କୁମାର ବାଘ,ବନାଂଚଳ ଅଧିକାରୀ ଅତୁଲ୍ୟ ମହାନ୍ତୀ ପ୍ରମୁଖ ମଂଚାସିନ ଥିଲେ ।
ଉକ୍ତ ବୈଠକରେ ବାଲିଗୁଡା ବ୍ଲକର ସମସ୍ତ୍ ପଂଚାୟତର ଯୋଗ୍ୟ ହିତାଧିକାରୀଙ୍କୁ ଜଙ୍ଗଲଜମି ବଣ୍‌୍ଟନ କରାଯାଇଛି । ଏଥିରେ ବ୍ୟକ୍ତିଗତ ପଟ୍ଟା ୪୦୪୫ ଜଣଙ୍କୁ ସାମୁହିକ ଭାବେ ୨୩୮ ଜଣଙ୍କୁ ପଟ୍ଟା ଦିଆଯାଇଛି ।
ଏହି ଜଙ୍ଗଲଜମି ପଟ୍ଟା କେବଳ ପଟା ନେଇ ଜାଗାକୁ ଘରକରି ରହି ପାରିବେ ପରିବାରର ଉତାରିକାରିମାନେ ପାଇପାରିବେ କିନ୍ତୁ ଏହି ଜଙ୍ଗଲଜମିକୁ ବିକ୍ରି କରିପାରିବେନିକି ସେମାନେ ଏହାକୁ ନେଇ ଋଣ ଆଣିପାରିପାରିବେ ନାହିଁ କି କୌଣସି ପ୍ରକାର ଚୁକ୍ତିନାମା ବି କରିପାରିବେ ନାହିଁ ବୋଲି ତହସିଲଦାର କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ମଙ୍ଗଳସର୍ମ୍ପସାରଣ ଅଧିକାରୀ ଗୌରଚରଣ ପାଡ୍ରା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930