Indus Valley Times

ବାଲିଗୁଡା ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

 Breaking News

ବାଲିଗୁଡା ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
September 01
11:55 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ।
ଉତ୍ସବରେ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପ ଜିଲ୍ଲାପାଳ ତଥା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା, ସାଂସଦ ପ୍ରତିନିଧି ଟୁନା ଦାସ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର, ତହସିଲଦାର ବିଜୟ କୁମାର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଏବଂ ମୁଖ୍ୟ ବକ୍ତା ଭାବେ ବାଲିଗୁଡା ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ବରାଜ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ବାୟତ୍ତ ଶାସନ ଦିବସର ତାତ୍ପର୍ଯ୍ୟ ବୁଝାଇବା ସହିତ ସମସ୍ତଙ୍କ ସହଭାଗିତାରେ ସ୍ବାୟତ୍ତ ସାଶନ ବ୍ୟବସ୍ଥାକୁ ସୁଦୃଢ କରି ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦକୁ ଓଡ଼ିଶାର ଏକ ଉଣ୍ଡିତ ତଥା ପ୍ରଥମ ଏନଏସି ଭାବେ ଗଢିତୋଳିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ତତ ସହିତ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ଉପାଧ୍ୟକ୍ଷା ଶ୍ରୀମତୀ ଶାନ୍ତି ନାୟକ ଙ୍କ ସମେତ ସମସ୍ତ ପରିଷଦ ବୃନ୍ଦ ଏବଂ ଏନଏସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ଦ୍ବାରା ଉପଖଣ୍ଡରେ ପ୍ରତ୍ୟୁଷ ୦୪ ଘଟିକା ୩୦ ମିନିଟ ସମୟରେ ରାମଧୁନ ପରିବେଷଣ କର ଯାଇଥିଲା । ଏହାପରେ ସକାଳ ୭.୦୦ ଘଟିକା ସମୟରେ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ, ସମସ୍ତ ପାରିଷଦ ବୃନ୍ଦ ଏବଂ କର୍ମଚାରୀଙ୍କ ଦ୍ବାରା ସହରରେ ଥିବା ବିଭିନ୍ନ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରା ଯାଇଥିଲା। ସକାଳ ୦୮.୦୦ ଘଟିକା ସମୟରେ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଦ୍ବାରା ଏନଏସି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
ସକାଳ ୦୯.୦୦ ଘଟିକା ସମୟରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ସ୍ଥାନୀୟ ବୃଦ୍ଧାଶ୍ରମ, ଚିକିତ୍ସାଳୟ ଏବଂ କାରାଗାରର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ଏବଂ ସକାଳ ୧୧.୦୦ ଘଟିକା ସମୟରେ ସ୍ଥାନୀୟ ସଭାଗୃହଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଯେଉଥିଲେ ଉପଖଣ୍ଡ କଳାକାର ସଂଘର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିର୍ଣ୍ଣ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିଥିଲେ ।
ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ ମୃତ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ; ଯାତାୟାତ ବାଧା ପ୍ରାପ୍ତ , ଡ୍ରାଇଭର ଅଟକ
ବାଲିଗୁଡ଼ା,୧/୯: କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଶିଶୁର ମୃତ୍ୟୁ । ଡ୍ରାଇଭର ଅଟକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରେ ।
ସୂଚନା ପ୍ରକାରେ ଗୁରୁବାର ଅପରାହ୍ନ ସମୟରେ ବାରଖମା ଦଣ୍ଡିସାହି ଅଞ୍ଚଳର ଅଭିମନ୍ୟୁ ଦଣ୍ଢିଆଙ୍କ ନାବାଳକ ପୁଅ ଅରୁଣ ଦଣ୍ଡିଆ (୭) ରାସ୍ତା କଡ଼ରେ ଖେଳୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ବାରଖମା ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଶିଶୁଟିକୁ ଧକ୍କା ଦେଇଥିଲା ।
ଫଳରେ ଶିଶୁଟି ଗୁରୁତର ଆହତ ହୋଇ ପଡ଼ିଥିଲା । ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଶିଶୁଟିକୁ ପ୍ରଥମେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଇଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶିଶୁଟିକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।
ସେଠାରେ କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନ୍ ନଂ. ଓଡି-୧୨-ଇ- ୦୭୪୨ କୁ ଅଟକ ରଖିଥିବା ବେଳେ ଡ୍ରାଇଭରକୁ ବାରଖମା ଫାଣ୍ଡିରେ ଅଟକ ରଖିଛି ପୋଲିସ୍ ।
ସେପଟେ ବାରଖମା ସରପଞ୍ଚ କୁମୁଦୁନି ମଲ୍ଲିକ ଙ୍କ ନେତୃତ୍ୱରେ ଉତ୍ୟକ୍ତ ଲୋକେ ବାରଖମା -ବାଲିଗୁଡ଼ା ମୂଖ୍ୟ ରାସ୍ତା ଅବରୋଧ କରି ମୃତ୍ୟୁ ବରଣ କରିଥିବା ପରିବାର କୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ପାଇଁ ଅଡ଼ି ବସିଛନ୍ତି ।
ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ତହସିଲଦାର ବିଜୟ କୁମାର ସେଠି, ବାରଖମା ଫାଣ୍ଡି ଅଧିକାରୀ ହରି ଶଙ୍କର ମାଠିଆ, ବାଲିଗୁଡା ଥାନା ଏସ.ଆଇ ଓ଼ମ ନାରାୟଣ ପାତ୍ର, ଆଶୁତୋଷ ପାଇକରାୟ ପ୍ରମୁଖ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରି ବୁଝା ସୁଝା କରା ଯାଉଥିଲେ ମଧ୍ୟ ରାତ୍ର ୮ ଟା ସୁଦ୍ଧା କୌଣସି ପ୍ରକାରେ ସମାଧାନ ହୋଇ ପାରିନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031