Indus Valley Times

ବାଲିଗୁଡା ଥାନା ଅଞ୍ଚଳ ରେ ମାଓ ତାଣ୍ଡବ: ପୁଲିସ ଇନଫର୍ମର ଅଭିଯୋଗ ରେ ଘରୁ ଡାକି ନେଇ ହତ୍ୟା

 Breaking News

ବାଲିଗୁଡା ଥାନା ଅଞ୍ଚଳ ରେ ମାଓ ତାଣ୍ଡବ: ପୁଲିସ ଇନଫର୍ମର ଅଭିଯୋଗ ରେ ଘରୁ ଡାକି ନେଇ ହତ୍ୟା

ବାଲିଗୁଡା ଥାନା ଅଞ୍ଚଳ ରେ ମାଓ ତାଣ୍ଡବ: ପୁଲିସ ଇନଫର୍ମର ଅଭିଯୋଗ ରେ ଘରୁ ଡାକି ନେଇ ହତ୍ୟା
October 25
08:52 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ମଲିକ କୁ ପୁଲିସ ଇନଫର୍ମର ଅଭିଯୋଗ ରେ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗତ ସପ୍ତାହ ରେ କନ୍ଧମାଳ- କଳାହାଣ୍ଡି ସୀମାନ୍ତ ସିନ୍ଧି ଜଙ୍ଗଲ ରେ ମାଓ କ୍ୟାମ୍ପ ଥିବା ସୂଚନା ପାଇ କନ୍ଧମାଳ ପୁଲିସ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମାଓବାଦୀ ସୁରକ୍ଷା କର୍ମୀ ମୁହାମୁହିଁ ହୋଇଥିଲେ।
ଦୀର୍ଘ ସମୟ ଗୁଳିବିନିମୟ ପରେ ଜଣେ ମହିଳା ମାଓବାଦୀ ମୃତ ହୋଇଥିଲା ଓ ବହୁ ମାଓ ସାମଗ୍ରୀ ଜବତ କରିଥିଲା କନ୍ଧମାଳ ପୁଲିସ। ସେହି ସ୍ଥାନ ରେ ଲାଲ ବ୍ୟାନର ଓ ପୋଷ୍ଟର ଲଗାଇ ତାହାର ବଦଲା ନେଇଥିବା କହିଛନ୍ତି କେକେବିଏନ୍ ମାଓ ସଙ୍ଗଠନ। ଏ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031