Indus Valley Times

ବାଲିଗୁଡା : ନୂଆଁଖାଇ ପାଳିଲେ ଲଣ୍ଡାଗାଁ ଅଞ୍ଚଳବାସୀ

 Breaking News

ବାଲିଗୁଡା : ନୂଆଁଖାଇ ପାଳିଲେ ଲଣ୍ଡାଗାଁ ଅଞ୍ଚଳବାସୀ

September 08
22:21 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୮/୯: ଓଡ଼ିଶାର ଗଣପର୍ବ ନୂଆଁଖାଇ ବାଲିଗୁଡା ତଥା ଆଖପାଖ ଅଞ୍ଚଳ ଲଣ୍ଡାଗାଁରେ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି । ଏଥିପାଇଁ ଘରେ ଘରେ ଜମୁଛି ପିଠା ପଣାର ଆସର ।
ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନାବନ୍ନ ଲାଗି କରିଛନ୍ତି ଲଣ୍ଡାଗାଁ ଅଞ୍ଚଳ ବାସୀ। ଚାଷୀ ଘରର ପୁଅ ନିଜ ଅମଳ ଧାନ ଘରକୁ ଆଣିବା ପରେ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଛନ୍ତି।
ନୂଆଖାଇ ଭେଟଘାଟରେ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରିବା ସହ ଆର୍ଶୀବାଦ ନେଇଛନ୍ତି । ଭାଇ ଚାରାର ଏହି ନିଆରା ପର୍ବ ନୂଆଁଖାଇରେ ନିଜ ପରିବାର ର ବନ୍ଧୁ ବାନ୍ଧବ ପରିବାର ସହ ସାମିଲ ହୋଇଛନ୍ତି ।
ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି ଗାଁର ଇଷ୍ଟ ଦେବୀ ମନ୍ଦିରରେ ଏକାଠି ହୋଇଥିଲେ ଲୋକେ । ସ୍ନେହ, ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ଭାବେ ନୂଆ ଚାଉଳ, ନୂଆ ଚୁଡ଼ା ଓ ଫଳ ଭଳି ୯ ପ୍ରକାର ବ୍ୟଞ୍ଜନ ଭୋଗ କରାଯାଇଛି ।
ଘରର ମୁରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ତିଆ ମାରି ପରିବାର ସମସ୍ତେ ଏକାଠି ବସି ନୂଆ ଖାଇଛନ୍ତି । ଖଲି ଦନାରେ ଛଅ ତିଅଣ ନଅ ଭଜା କରି ଏକାଠି ବସି ଖାଇବା ସହ ଜୁହାର ଭେଟ କାର୍ଯ୍ୟକ୍ରମ ଜମିଛି ।
ସନ୍ଧ୍ୟାରେ ପୁରପଲ୍ଲୀରେ ନୃତ୍ୟ ଗୀତର ଆସର ଜମିଛି । ଡାଲଖାଇ, ରସରକେଲି ପରି ଗୀତରେ ମତୁଆଲା ହୋଇଛନ୍ତି ଲଣ୍ଡାଗାଁ ଅଞ୍ଚଳ ବାସୀ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031