Indus Valley Times

ବାଲିଗୁଡା : ବରିଷ୍ଠ ଆଇନଜୀବିଙ୍କ ପରଲୋକ

 Breaking News

ବାଲିଗୁଡା : ବରିଷ୍ଠ ଆଇନଜୀବିଙ୍କ ପରଲୋକ

ବାଲିଗୁଡା : ବରିଷ୍ଠ ଆଇନଜୀବିଙ୍କ ପରଲୋକ
December 26
11:00 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୬/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜିବି ପଦ୍ମ ଚରଣ ପଟ୍ଟନାୟକ(୭୩)ଙ୍କ ସୋମବାର ସନ୍ଧ୍ୟାରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି ।
ଏହି ଖବରପାଇ ବାଲିଗୁଡା ଟାଉନ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା। ସ୍ବର୍ଗତ ପଟ୍ଟନାୟକ କଛିଦିନ ହେଲା ଅସୁସ୍ଥ ହୋଇ ଫୁଲବାଣୀ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ସନ୍ଧ୍ୟା ସମୟ ରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି ।
ସ୍ବର୍ଗତ ପଟ୍ଟନାୟକ ସମଗ୍ର ଜିଲ୍ଲାର ଜଣେ ଆଦର୍ଶ ତଥା ବରିଷ୍ଠ ଦକ୍ଷ ଓକିଲ ଭାବେ ବେଶ ପରିଚିତ ଥିଲେ । ପ୍ରକାଶ ଯେ, ସ୍ବର୍ଗତ ପଟ୍ଟନାୟକ ବାଲିଗୁଡା ଜୁଡ଼ିସିଆଲ କୋର୍ଟ ରେ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ ଦିନ ଧରି ଦକ୍ଷ ଓକିଲାତି କରିବା ସହ ଜଣେ ଧର୍ମ ପାରାୟଣ, ପରୋପକାରୀ, ମିଷ୍ଟଭାଷୀ, ସ୍ୱଷ୍ଟବାଦୀ, ଓ ପ୍ରକୃତି ପ୍ରେମୀ ତଥା ମେଳାପୀ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ ।
ତାଙ୍କର ଏହି ମୃତ୍ୟୁ ଖବର ପାଇବା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ପୁଅ, ଝିଅ, ଜୋଇଁ, ନାତି ନାତୁଣୀ, ବନ୍ଧୁ ବାନ୍ଧବ, ଆତ୍ମୀୟସ୍ୱଜନ ଏବଂ ଫୁଲବାଣୀ ଓ ବାଲିଗୁଡା ଓକିଲ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ମଙ୍ଗଳବାରଦିନ ବାଲିଗୁଡାଠାରେ ଅନ୍ତେଷ୍ଟକ୍ରିୟା ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି ।
ଗୋଇବନ୍ଧା ନାଳ କଡରୁ ନିଖୋଜ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର
ବାଲିଗୁଡ଼ା,୨୬/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଗୋଇବନ୍ଧା ନାଳ କଡ଼ରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ପୋଲିସ୍ । ମୃତକ ଜଣକ ହେଲେ କଟକ ଚୌପଡ଼ା ଅଞ୍ଚଳର କାଶୀନାଥ ଭୋଇ (୬୦) ବୋଲି ଜଣାପଡ଼ିଛି ।
ସୂଚନା ପ୍ରକାରେ କାଶୀନାଥ ଗତ ୨୨ ତାରିଖରେ ଚୌପଡ଼ାରୁ ସାଥି ଡ୍ରାଇଭର ଟୁଲିଆ ମହାନ୍ତିଙ୍କ ସହ ପର୍ଯ୍ୟଟକଙ୍କୁ ଉତ୍ତରପ୍ରଦେଶ ଛାଡ଼ିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ବାଲିଗୁଡ଼ା ଗୋଇବନ୍ଧା ବ୍ରିଜ୍ ନିକଟରେ ରୋଷେଇ କରି ଖାଇବା ପରେ କୁଆଡ଼େ ଚାଲିଯାଇଥିଲେ ।
ବିଳମ୍ବିତ ସମୟ ପର୍ଯ୍ୟନ୍ତ କାଶୀନାଥ ନଫେରିବାରୁ କିଛି ସମୟ ଖୋଜାଖୋଜି କରିବା ପରେ ଟୁଲିଆ ବାଲିଗୁଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।
ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ ନିଖୋଜ କାଶୀନାଥ ଭୋଇଙ୍କୁ ଖୋଜୁଥିବା ବେଳେ ସୋମବାର କିଛି ସ୍ଥାନୀୟ ଲୋକେ ଗୋଇବନ୍ଧା ନାଳ କଡ଼ରେ ଏକ ଶବ ପଡ଼ିଥିବା ପୋଲିସକୁ ସୂଚନା ଦେଇଥିଲେ ।
ଖବରପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏଯାବତ୍ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031