Indus Valley Times

ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

 Breaking News

ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

November 22
20:16 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି ।
ମେଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ପଣ୍ଡା, ବିଜ୍ଞାନ ଶିକ୍ଷକ ନାଗାର୍ଜୁନ ପ୍ରଧାନ ପ୍ରମୁଖ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶିଶୁ ବୈଜ୍ଞାନିକ ମାନଙ୍କୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ଏହି ମେଳା ହେଉଛି।
ଦେଶ ବିଜ୍ଞାନ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହିଭଳି ବିଜ୍ଞାନ ପ୍ରଦର୍ଶନୀ ମେଳା ଦ୍ୱାରା ଛାତ୍ରୀଛାତ୍ରଙ୍କ ବିଜ୍ଞାନ ପ୍ରତି ଆଗ୍ରହ ବଢିବ।
ଛାତ୍ରୀ ଛାତ୍ରମାନେ ନୂଆଁନୂଆଁ ପ୍ରକଳ୍ପ ଉଦ୍ଭାବନ କରିବେ। ବୈଷୟିକ ଜ୍ଞାନ କୌଶଳର ବିକାଶ ମଧ୍ୟ ଘଟିବ ବୋଲି ଉତ୍ସବରେ ଯୋଗଦେଇ ବକ୍ତାମାନେ କହିଥିଲେ।
ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଅଧ୍ୟକ୍ଷତା କରିଥିଲେ। ମେଳାରେ ୫୫ ଟି ବିଦ୍ୟାଳୟର ୯୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବିଚାରକ ଭାବେ ସନ୍ତୋଷ କୁମାର ରଥ, ଶ୍ୟାମ ସୁନ୍ଦର ସାହୁ ଯୋଗ ଦେଇଥିଲେ ।
ଏଠାରୁ ଜିଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ୯ ଟି ପ୍ରକଳ୍ପ ଚୟନ ହୋଇଥିଲା। ଉତ୍ସବରେ ଶିଶିର କାନ୍ତ ପଣ୍ଡା, ଜଗଦୀଶ ଚନ୍ଦ୍ର ବେହେରା, ଫିଲିପି ଦିଗାଲ, ସାବତ ପ୍ରଧାନ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,କର୍ମଚାରୀ ମାନେ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବାଲିଗୁଡା, ୨୨/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଶନିବାର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ପରିସର କ୍ରୀଡା ପଡିଆରେ ଆୟୋଜିତ ପ୍ରଥମ ତଥା ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ର ସମ୍ପାଦକ ସେକ ସାଦିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର କ୍ରୀଡା ପତାକା ଉତ୍ତୋଳନ କରି ଜୟ ବୀର ହନୁମାନଙ୍କ ନିକଟରୁ ଆସିଥିବା ମଶାଲ ସ୍ୱରୂପ ଜ୍ୟୋତି କୁ ଗ୍ରହଣ କରି ଆନୁଷ୍ଠାନିକ ଭାବେ କ୍ରୀଡା ଶୁଭାରମ୍ଭ କରିଥିଲେ ।
ଦ୍ୱିତୀୟ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ସମ୍ପାଦକ ସେକ ସାଦିକ, ସମ୍ମାନିତ ଅତିଥି ଭାବେ ଶିକ୍ଷା ସଂଯୋଜିକା ଶ୍ରୀମତୀ ସୌଦାମିନୀ ସାହୁ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରି କ୍ରୀଡାର ମହତ୍ୱ ସମ୍ବନ୍ଧରେ ଉଦବୋଧନ ଦେଇ ଶିଶୁଙ୍କୁ ଉତ୍ସାହିତ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ରୀଡା ଦ୍ୱାରା ଶାରୀରିକ ଓ ମାନସିକତା ଦୃଢ଼ୀଭୂତ ହେବା ସହିତ ଶରୀରକୁ ସୁସ୍ଥ କରିଥାଏ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।
ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରମିଳା ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅଭିଭାବିକା କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031