Indus Valley Times

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

 Breaking News

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ
April 01
22:15 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୮୮ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ “ବନ୍ଦେ ଉତ୍କଳ ଜନନୀ “ସଙ୍ଗୀତ ପରିବେଷଣ କରାଯାଇଥିଲା କ୍ଷ ପରେ ପରେ ସଭା ଗୃହ ପରିସରରେ ଏକ ସାଧାରଣ ସଭା ର ଆୟୋଜନ ହୋଇଥିଲା ।
ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ର ସଭାପତି ଏମ.ଏସ. ମଧୁମିତା ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅତିଥି ଓ ଜନସାଧାରଣ ଙ୍କୁ ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ପ୍ରଧ୍ୟାପକ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ, ସମ୍ମାନିତ ବକ୍ତା ଭାବେ ବରିଷ୍ଠ ଆଇନଜିବୀ ତଥା ଉତ୍କଳ ସମ୍ମିଳନୀର ସଦସ୍ୟ କୌଶିକ ସାହୁ, ସମ୍ମାନୀତ ଅତିଥି ଭାବେ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଆଦିବାସୀ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସହକାରୀ ଜିଲ୍ଲାପାଳ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟି ର ସମ୍ପାଦକ ବନମାଳୀ ଶତପଥୀ, ସହ ସଂପାଦକ ତୀର୍ଥବାସୀ ଘଡାଇ ପ୍ରମୁଖ ଉପସ୍ଥିତ ରହି ଉତ୍କଳ ର ବରପୁତ୍ର ମାନଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ବନବାସୀ ସେବା ସମିତିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ\” ସଙ୍ଗୀତ ଗାନ କରାଯାଇଥିଲା । ବୀର ପ୍ରସବିନୀ ଉତ୍କଳ ମାତା ର ବରପୁତ୍ର ମାନଙ୍କ ଆଜୀବନ ସଂଗ୍ରାମ ଓ ଅପୂର୍ବ ତ୍ୟାଗ ଯୋଗୁଁ ଆଜି ଆମେ ଉତ୍କଳୀୟତା ଲାଭ କରିପାରିଛେ, ବୋଲି ଉପସ୍ଥିତ ସମସ୍ତ ଅତିଥି ସମ୍ୟକ ସୂଚନା ପ୍ରଦାନ କରିଥିଲେ ।
ଏ ନେଇ ଟାଉନର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉତ୍କଳ ର ବରପୂତ୍ର ମାନଙ୍କ ଗାଥା କୁ ନେଇ ଦେଶାତ୍ମବୋଧ ବକୃତା, ଗୀତ, ସଂଗୀତ କୌତୁକ ପୋଷାକ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଉପଖଣ୍ଡ ଉତ୍ସବ ପାଳନ କମିଟି ସହ ସଂପାଦକ ତୀର୍ଥବାସୀ ଘଡାଇ ସଭା ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ: ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ
ବାଲିଗୁଡ଼ା,୧/୪: ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି । ଛାତରୁ ପଡ଼ିବା ବେଳେ ନାବାଳକର ମଳ ଦ୍ବାରରେ ଶାବଳ ପଶି ଯାଇଥିବା ଜଣାପଡ଼ିଛି ।
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଶନିବାର ସକାଳେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମ କରିବା ପାଇଁ ଯାଇଥିଲେ ।
ଭାଙ୍ଗି ଯାଇଥିବା ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ ଉପରକୁ ଚଢ଼ିଥିଲା ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ । ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସ ରୁ ଖସି ଘର ଭିତରେ ଶାବଳ ଉପରେ ପଡ଼ିବାରୁ ଶାବଳଟି ଶକ୍ତି ର ତଳ ଦ୍ବାରରେ ପଶିଯାଇଥିବା ଜଣାପଡ଼ିଛି । ଘଟଣା ଘଟିବାର ଖବରପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।
ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶକ୍ତିକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ସେପଟେ ସରକାରୀ ସ୍କୁଲରେ ମରାମତି କାର୍ଯ୍ୟ ନାବାଳକ ଶ୍ରମିକଙ୍କ ଦ୍ବାରା କିଭଳି କରାଯାଉଥିଲା । କେଉଁ ଠିକାଦାର ଏହି କାର୍ଯ୍ୟ କରୁଥିଲେ ଏବଂ କେଉଁ ଅଧିକାରୀ କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିଲେ । ଏଥିସହିତ ନାବାଳକ ଶ୍ରମିକଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କିଭଳି କରାଯାଉଥିଲା ଏହାର ତଦନ୍ତ ହେବା ହେବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031