Indus Valley Times

ବାଲିଗୁଡା : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡା ସଂକୁଳର କ୍ରୀଡା ସମାରୋହ ଉଦଯାପିତ

 Breaking News

ବାଲିଗୁଡା : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡା ସଂକୁଳର କ୍ରୀଡା ସମାରୋହ ଉଦଯାପିତ

ବାଲିଗୁଡା : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡା ସଂକୁଳର କ୍ରୀଡା ସମାରୋହ ଉଦଯାପିତ
November 25
19:46 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୫/୧୧: ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଆଧାରରେ ବାଲିଗୁଡା ସଂକୁଳର କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି ।
ଏଥିରେ ବାଲିଗୁଡା, ରାଇକିଆ, ତୁମୁଡିବନ୍ଧ, ଦାରିଙ୍ଗବାଡି ଓ ସାରଙ୍ଗଡ଼ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରକୁ ନେଇ ଏହି ସଂକୁଳରେ ୭୬ ଜଣ ଶିଶୁ ଭାଇ ଭଉଣୀ ଏଥିରେ ଭାଗ ନେଇଥିଲେ ।
ଏହି ଉତ୍ସବରେ ବାଲିଗୁଡା ଥାନା ଡିଏସପି ଶୁଭ୍ରଜିତ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପ୍ରବନ୍ଧକ ମାନସ ରଞ୍ଜନ ମୁନଣ୍ଡ ଓ ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବିନାରାୟଣ ମିଶ୍ର ଯୋଗ ଦେଇଥିଲେ ।
ସ୍ଥାନୀୟ ଶିଶୁ ମନ୍ଦିର ପରିଚାଳନା ସମିତିର ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ,ଉପଦେଷ୍ଟା ଅନନ୍ତ ଦାସ , ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡେଇ, ସଂକୁଳ ସଂଯୋଜକ ପୂର୍ଣଚନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ତୁମୁଡିବନ୍ଧ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ମଞ୍ଚ ସଂଯୋଜନା କରିଥିଲେ ।
ସଂକୁଳ ଶାରୀରିକ ପ୍ରମୁଖ ଆଦିତ୍ୟ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରର ଯୋଗଦେଇଥିବା ସମସ୍ତ ଶିଶୁ କୃତକାର୍ଯ୍ୟ ହୋଇଛନ୍ତି ।
ବିଦ୍ୟାଳୟର ଏହି ସାମଗ୍ରିକ ସଫଳତା ପାଇଁ ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳ, ସମ୍ପାଦକ ହୀରାଲାଲ ପ୍ରଧାନ, ସଭାପତି ଶ୍ରୀ ପୁରୁଷୋତ୍ତମ ଲେଙ୍କା, ଉପସଭାପତି ପ୍ରସନ୍ନ ସାହୁ, କୋଷାଧ୍ୟକ୍ଷ ବିଶ୍ୱନାଥ ସାହୁ, ସହ- ସମ୍ପାଦକ ମୁରଲୀଧର ମହାପାତ୍ର, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ, ରାମକୃଷ୍ଣ ପାଢ଼ୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031