Indus Valley Times

ବାଲିଗୁଡା : ସ୍ମୃତି ସାଉଁଟିଲେ ପୁରାତନ ବିଦ୍ୟାର୍ଥୀ

 Breaking News

ବାଲିଗୁଡା : ସ୍ମୃତି ସାଉଁଟିଲେ ପୁରାତନ ବିଦ୍ୟାର୍ଥୀ

ବାଲିଗୁଡା : ସ୍ମୃତି ସାଉଁଟିଲେ ପୁରାତନ ବିଦ୍ୟାର୍ଥୀ
December 09
20:14 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୯/୧୨: ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୫ ମ୍ୟାଟ୍ରିକ ବ୍ୟାଚର ବିଦ୍ୟାର୍ଥୀ ଏକାଠି ହୋଇ ସ୍ମୃତି ସାଉଁଟିଲେ ।ଏମାନଙ୍କ ମଧ୍ୟରୁ କେହି ବିଦେଶରେ ,ଅନ୍ୟକେହି ଜିଲ୍ଲା,ରାଜ୍ୟ ବାହରେ ଚାକରି ବ୍ୟବସାୟଆଦି କରି ଜିବିକା ନିର୍ବାହ କରୁଛନ୍ତି ।
ଦୀର୍ଘ ୩୦ ବର୍ଷ ପୁର୍ବରୁ ଏହି ବିଦ୍ୟାଳୟରେ ପଢୁଥିବା ବିଦ୍ୟାର୍ତୀ ଆଜି ଏକାଟି ହୋଇ ନିଜନିଜ ମଧ୍ୟରେ ଭାବ ବିନିମୟ କରି ପଢୁଥିବା ବିଦ୍ୟାଳୟକୁ ଦେଖିଯାଇଥିଲେ ।
ସ୍ଥାନୀୟ କଟପୋଟି ପଡିଆର ନଦୀ କୁଳରେ ଏକ ବଣଭୋଜିରଆସର କରିଥିଲେ । ସମସ୍ତ ସାଙ୍ଗ ମାନଙ୍କ ଭଲମନ୍ଦରେ ସାମିଲ ହେବାସହ କୌଣସି ସାଙ୍ଗର ଯଦୀ କିଛି ଜରୁର ଦରକାର । ସେ ତେବେ ସମସସ୍ତେ ଏକ ହୋଇ ସହାୟତାର ହାତ ବଢାଇବାକୁ ନିଷ୍ପତି ନେଇଛନ୍ତି ।
ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟି ଗଠନ
ବାଲିଗୁଡା,୯/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟି ଗଠନ କରାଯାଇଛି ।
ଏଥିରେ ସ୍ଥାନୀୟ ଉପ-ଜିଲାପାଳ, ଥାନା ଅଧିକାରୀଙ୍କ ସମେତ ଟ୍ରଷ୍ଟି ଭାବେ ମଧୁସୁଦନ ଦାସ, ଗଙ୍ଗାଧର ସାହୁ, ଟି.ଶ୍ରୀନିବାସ ରାଓ, ଭଗବାନ ପଣ୍ଡା, ରଞ୍ଜିତ କୁମାର ସାହୁ, ପ୍ରକାଶ ଚନ୍ଦ୍ର ନାୟକ, ଓ ନବ କିଶୋର ପାଣିଗ୍ରାହୀ ନିଜ ନିଜ ଦାୟିତ୍ଵ ଗ୍ରହଣ କରି ସମସ୍ତ ସଦସ୍ୟ ତଥା ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିରର ରୀତିନୀତି ଓ ଉନ୍ନତି କରାଯିବୋଲି ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି ।
ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେଲା ବାଇକ: ଦୁଇ ମୃତ, ଜଣେ ଗୁରୁତର
ବାଲିଗୁଡ଼ା, ୯/୧୨: ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେଲା ବାଇକ୍ । ଘଟଣାସ୍ଥଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବିରାଗୁଡ଼ା ଗ୍ରାମ ନିକଟରେ ।
ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ତିନିଜଣ ଯୁବକ ଏକ କେଟିଏମ୍ ବାଇକ୍ ନଂ. ଓଡି-୧୨-ଜି- ୩୯୬୮ ରେ ବାରଖମା ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଦୃତ ଗତିରେ ଆସୁଥିବା ବେଳେ ବିରାଗୁଡ଼ା ନିକଟସ୍ଥ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ ।
ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରି ଗୁରୁତର ବାଇକ୍ ଆରୋହୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ସେପଟେ ମୃତକଙ୍କ ପରିଚୟ ଏଯାବତ୍ ଅସ୍ପଷ୍ଟ ରହିଥିବା ବେଳେ ସମସ୍ତେ ବାଟାଗୁଡ଼ା ପଞ୍ଚାୟତ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
ଗଂଜେ ମାମଲା ଗୁଜୁରାଟ ପୋଲିସ ଜଣଙ୍କୁ କଲା ବାଲିଗୁଡା ଥାନା ଅଂଚଳରୁ
ବାଲିଗୁଡା,୯/୧୨ : ଏକ ଗଂଜେଇ ମାମଲାରେ ଗୁଜୁରାଟ ପୋଲିସ ବାଲିଗୁଡା ଥାନା ଅଂଚଳରୁ ଜଣକୁ ଗିରଫ କରି ନେଇଛନ୍ତି । ସୁଚନା ପ୍ରକାରେ ଗୁଜୁରାଟର ରାଜକୋଟ ରୁରାଲ ଥାନାରେ ଗତ ୨୦୨୨ ମସିହାରେ ଜଣେ ଗଂଜେଇ ମାଫିଆକୁ ଗିରଫ କରିଥିଲେ ,ଏହାପରେ ଗିରଫ ମାଫିଆ କେଉଁଠୁ ଗଂଜେଇ ଆଣିଥିଲା ତାହାକୁ ତଦନ୍ତ କରିଥିଲେ ।
ଏହାପରେ ସେ ମାଫିଆ ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଂଚାୟତର ପରୁଭଟ୍ଟା ଗ୍ରାମର ସଚିନ କହଁର ଠାରୁ ଗଂଜେଇ କିଣିଥିବା ନେଇ କହିବା ପରେ ,ଗୁଜୁରାଟ ପୋଲିସ ବାଲିଗୁଡା ପହଁଚି ବାଲିଗୁଡା ପୋଲିସର କହିବା ପରେ ବାଲିଗୁଡା ପୋଲିସ ସହାୟତା ରେ ସଚିନ କହଁର ଘରକୁ ଯାଇ ଗିରଫ କରି ନେଇଥିବା ନେଇ ବାଲିଗୁଡା ପୋଲିସ ପକ୍ଷରୁ ସୁଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031