Indus Valley Times

ବାଲେଶ୍ବରରେ ଅଗ୍ନିବର୍ଷା ! ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଲା ତାତି

 Breaking News

ବାଲେଶ୍ବରରେ ଅଗ୍ନିବର୍ଷା ! ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଲା ତାତି

ବାଲେଶ୍ବରରେ ଅଗ୍ନିବର୍ଷା ! ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଲା ତାତି
April 30
16:57 2024

ଭୁବନେଶ୍ବର, ୩୦/୪: ରାଜ୍ୟରେ ପ୍ରଥମ ଥର ତାପମାତ୍ରା ୪୬ ଡିଗ୍ରି ଛୁଇଁଛି। ଏହି ସର୍ବୋଚ୍ଚ ତାପମାତ୍ରା ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ ଅଥବା ଝାରସୁଗୁଡ଼ାରେ ନୁହେଁ।
ବରଂ ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱରରେ ଏହା ଅନୁଭୂତ ହୋଇଛି। ବାଲେଶ୍ବରବାସୀ ଆଜି ଦିନ ୨ଟା ୩୦ରେ ୪୬ ଡିଗ୍ରି ତାପମାତ୍ରାରେ ଛଟପଟ ହୋଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ବର ପରେ ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।
ଭୁବନେଶ୍ୱରରେ ଆଜି ୪୫.୪ ଡ଼ିଗ୍ରି ପାରା ଛୁଇଁଛି। ଝାରସୁଗୁଡାରେ ୪୪.୨ ଡ଼ିଗ୍ରି, ଚାନ୍ଦବାଲିରେ ୪୩.୬ ଡ଼ିଗ୍ରି, ରାଉରକେଲାରେ ୪୩.୨ ଡ଼ିଗ୍ରି, ସମ୍ବଲପୁରରେ ୪୩.୨ ଡ଼ିଗ୍ରି, କେନ୍ଦୁଝରରେ ୪୩ ଡ଼ିଗ୍ରି, ପୁରୀରେ ୩୫.୧ ଡ଼ିଗ୍ରି, ଗୋପାଳପୁରରେ ୩୩.୬ ଡ଼ିଗ୍ରି ଓ ପାରାଦୀପରେ ତାପମାତ୍ରା ୩୩.୬ ଡ଼ିଗ୍ରି ଅନୁଭୂତ ହୋଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆହୁରି ୩ ଦିନ ଆକାଶରୁ ଅଗ୍ନିବର୍ଷା ହେବ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣିପାଗ ବିଭାଗ ରାଜ୍ୟର ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031