Indus Valley Times

ବାଲେଶ୍ବର ଉପ-ନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା

 Breaking News

ବାଲେଶ୍ବର ଉପ-ନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା

October 21
21:26 2020

ଭୁବନେଶ୍ବର୨୧/୧୦: ବାଲେଶ୍ୱର ଉପନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇବେ ରାଣୀ ପଣ୍ଡା । ବାଲେଶ୍ୱର ସଦର ଉପନିର୍ବର୍ାଚନରେ ସ୍ୱାଥୀନ ପାର୍ଥି ହୋଇଥିବା ୮୦ ବର୍ଷ ବୟସ୍କ ବେଣୁଧର ବାରିକଙ୍କ ପାଇଁ ପ୍ରଚାର କରିବେ ରାଣୀ । ଏନେଇ ସେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି । ବେଣୁଙ୍କୁ ଗୋଟେ ସାଇକେଲ ଦେବେ ବୋଲି ମଧ୍ୟ ରାଣୀ କହିଛନ୍ତି।
ଚଳିତ ସଦର ଉପନିର୍ବାଚନରେ ଶ୍ରୀ ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଏନେଇ ସେ କହିଛନ୍ତି ଲୋକଙ୍କ ଭଲ ପାଇବା ମୋ ପୁଞ୍ଜି । ଏହାକୁ ପାଥେୟ କରି ମୁଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି । ଜୀବନ ତମାମ ଖଟିଖିଆ ମେହନତି ମଣିଷ, ବାସ୍ତିବାସିନ୍ଦାଙ୍କ ସ୍ଥାୟୀ ଜମି ପଟ୍ଟା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲଢ଼େଇ କରି ଆସିଛି । ଏହି ଲଢ଼େଇ ମଧ୍ୟ ଆଗାମୀ ଦିନରେ ଚାଲିବ ।
ଲୋକେ ନିଶ୍ଚିତ ଭାବେ ମୋତେ ଭୋଟ ଦେବେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ବସ୍ତିବାସିନ୍ଦାଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବି । କେବଳ ବାଲେଶ୍ୱର ନୁହେଁ, ତମାମ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ କେମିତି ସ୍ଥାୟୀ ଜମି ପଟ୍ଟା ମିଳିବ, ସେନେଇ ଆନ୍ଦୋଳନ କରିବି । ଏମିତି ଭାବେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବେଣୁଧର ବାରିକ । ଚଳିତ ସଦର ଉପନିର୍ବାଚନରେ ଶ୍ରୀ ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031