Indus Valley Times

ବାଲେଶ୍ୱର ଏଫ୍ଏମ୍ ଛାତ୍ରୀ ସୌମ୍ୟଶ୍ରୀ ଆତ୍ମହୁତି ଘଟଣାରେ ୨ଜଣ ଗିରଫ

 Breaking News

ବାଲେଶ୍ୱର ଏଫ୍ଏମ୍ ଛାତ୍ରୀ ସୌମ୍ୟଶ୍ରୀ ଆତ୍ମହୁତି ଘଟଣାରେ ୨ଜଣ ଗିରଫ

ବାଲେଶ୍ୱର ଏଫ୍ଏମ୍ ଛାତ୍ରୀ ସୌମ୍ୟଶ୍ରୀ ଆତ୍ମହୁତି ଘଟଣାରେ ୨ଜଣ ଗିରଫ
August 04
11:38 2025

ବାଲେଶ୍ୱର,୪/୮ : ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଇଣ୍ଡିଗ୍ରେଟେଡ଼ ବିଏଡ଼ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ ଟିମ ।
ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଦୁଇ ଜଣ ଛାତ୍ରଙ୍କୁ ରବିବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି ।
ଗିରଫ ଛାତ୍ର ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର ସମ୍ବିତ ନାୟକ ।
ଉଭୟଙ୍କୁ ରାତିରେ ବାଲେଶ୍ୱର ଏସଡ଼ିଜେଏମଙ୍କ ଆବାସିକ କାର୍ଯ୍ୟାଳୟରେ ହଜାର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଦୁହିଁକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ଜ୍ୟୋତି ପ୍ରକାଶ ପୀଡିତା ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ ।
କଟକ ମେଡିକାଲରେ ଚିକିତ୍ସିତ ହୋଇ କିଛି ଦିନ ପୂର୍ବରୁ ଘରକୁ ଫେରିଥିଲେ ।
ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇଥିଲା।
ଅପରପକ୍ଷରେ ଶୁଭ୍ର ସମ୍ବିତ ଏବିଭିପି ଛାତ୍ର ସଂଗଠନର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।
ବିଭାଗୀୟ ଏଚଓଡି ସମୀର ସାହୁଙ୍କ ନିର‌୍ୟାତନାର ଶିକାର ହୋଇଥିଲେ ସୌମ୍ୟାଶ୍ରୀ କ୍ଷ ନ୍ୟାୟ ନପାଇ ଗତ ଜୁଲାଇ ୧୨ ତାରିଖରେ ଅଧ୍ୟକ୍ଷଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ସେ ପୋଡି ହୋଇଥିଲେ। ୧୪ ରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା କ୍ଷ ଏହି ସମ୍ବେଦନଶିଳ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା କ୍ଷ
ପୋଲିସ ଏଚଓଡି ସମୀର ସାହୁ ଓ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କ୍ଷ କ୍ରାଇମବ୍ରାଞ୍ଚ , ଉଚ୍ଚ ଶିକ୍ଷା ବିଭାଗର ଏକ ଟିମ ଓ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ କଲେଜରେ ପହଞ୍ଚି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଥିଲେ କ୍ଷ ଆତ୍ମାହୁତି ନିମନ୍ତେ ଗିରଫ ଛାତ୍ର ଦ୍ବୟଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ପାଇଥିବା କୁହାଯାଉଛି କ୍ଷ ଛାତ୍ରୀ ଜଣକ ନ୍ୟାୟ ପାଇଁ ଲଢେଇ କରୁଥିବାବେଳେ କିଛି ଛାତ୍ର ଓ ସହଯୋଗୀ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ କ୍ଷ ଘଟଣା ଦିନ ସୌମ୍ୟାଶ୍ରୀଙ୍କ ପାଖରେ ରହି ଜ୍ୟୋତି ପ୍ରକାଶ ମୋବାଇଲରେ ଭିଡିଓ ଉତ୍ତୋଳନ କରିବା ସହ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031