Indus Valley Times

ବାଲେଶ୍ୱର : ୭୪୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବଜୟୀ ହେଲେ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀ ଅଞ୍ଜନ କୁମାର

 Breaking News

ବାଲେଶ୍ୱର : ୭୪୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବଜୟୀ ହେଲେ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀ ଅଞ୍ଜନ କୁମାର

February 27
21:46 2022

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର,୨୭/୨ : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାନନଗର ଗ୍ରାମପଞ୍ଚାୟତ ର ସ୍ଵାଧୀନ ସରପଞ୍ଚ ପ୍ରାର୍ଥୀ ଅଞ୍ଜନ କୁମାର ନାୟକ ତାଙ୍କର ନିକଟତମ ପ୍ରୋତିଦ୍ୟୋନ୍ଦି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରଣବ କୁମାର ଦାସ ଙ୍କ ଠାରୁ ୭୪୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ରେ ଥୀବା ଏହି ପଞ୍ଚାୟତଟି ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଙ୍କ ସମର୍ଥିତ ପ୍ରାର୍ଥୀ ମୋଟ ୮୭୧ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ଅଞ୍ଜନ କୁମାର ନାୟକ ୧୬୧୬ ଖଣ୍ଡ ଭୋଟ ପାଇ ଏକ ପାଖିଆ ବିଜୟ ହୋଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ପଞ୍ଚାୟତ ଟି ରେମୁଣା ବିଧାୟକ ଙ୍କ ପ୍ରତିନିଧି ଥିବା ପୂର୍ବତନ ଜିଲ୍ଲାପରିଷଦ ସଭାପତି ଉମିଲତା ଦାସଙ୍କ ସ୍ବାମୀ ବିଜୟ କୁମାର ଦାସଙ୍କ ପ୍ରତେକ୍ଷ ତତ୍ୟୋବଧନରେ ନିର୍ବାଚନ ଲଢ଼ି ନବାଗତ ପ୍ରାର୍ଥୀ ପ୍ରଣବ ଦାସ ପରାଜିତ ହେବା ଅଞ୍ଚଳ ବାସୀଙ୍କ ପାଇଁ ଅବୋଷୋସ ର କାରଣ ହେବାରେ ଲାଗିଛି।
ଏହି ପରାଜୟ ପାଇଁ ବିଜୟ ଦାସ ଙ୍କ ଦୀର୍ଘ ଦୁଇ ଦଶନ୍ଧି ର ରାଜନୀତିକ କ୍ୟାରିୟର ରେ ଦାଗ ଲାଗିଲା ବୋଲି ଖାନନଗର, ଗେଙ୍ଗୁଟି ଏବଂ ଆଖ ପାଖର ୪-୫ ଗୋଟି ପଞ୍ଚାୟତ ରେ ଆଲୋଚନା ଚାଲିଛି ।
ବିଶେଷ କରି କିଛି ବୁଦ୍ଧିଜୀବୀ ବିଭିନ୍ୟ ସମ୍ବାଦ ପତ୍ର କୁ କହିଛନ୍ତି ଯେ ବିଜୟ କୁମାର ଦାସ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ନିଜ ପତ୍ନୀ ଙ୍କୁ ସରପଂଚ କରାଇ
ପରେ ଜିଲ୍ଲାପରିଷଦ ର ଅଧ୍ୟକ୍ଷା ପଦ ହାତେଇ ଥିଲେ, ତାସହିତ ସରକାରଙ୍କ ଠାରୁ ନାଲି ବତୀ ଗାଡ଼ି ବି ପାଇଥିଲେ। ଅଞ୍ଚଳ ବାସୀଙ୍କ ର ଅନେକ ଆଶା ଆଉ ବିଶ୍ୱାସ ଥିଲା ଆମ ଅଞ୍ଚଳର ପୁଅ ବିଜୟ କିଛି ଆଖି ଦୃଶିଆ କାର୍ଯ୍ୟ କରିବେ, ମାତ୍ର ନିଜର ବ୍ୟକ୍ତି ଗତ ସ୍ବାର୍ଥ ଛଡ଼ା ଆଉ କିଛି ବି କରିଲେ ନାହିଁ ।
ଭୋଟର ତାଙ୍କୁ ପ୍ରତ୍ୟାଖ୍ୟାନ କରିବାର କାରଣ ସମ୍ପର୍କରେ ଭୋଟର କୁହନ୍ତି , ବିଜୟଙ୍କ ର ବ୍ୟବହାର ଅତ୍ୟନ୍ତ କୁତ୍ସିତ। ବ୍ୟବହାରର ରେ ସାମାନ୍ୟ ତମ ସାଲିନତା ନାହିଁ ।
ମାତ୍ର ନବାଗତ ପ୍ରଣବ ଜଣେ ଅତ୍ୟନ୍ତ ପରୋପକାରୀ ଯୁବକ। ତାଙ୍କର ବ୍ୟୋକ୍ତିଗତ ଦକ୍ଷତା ଭୋଟର ଙ୍କ ପାଖରେ ଠିକ୍ ରେ ପହଞ୍ଚି ପାରିଲା ନାହିଁ ବୋଲି ମଧ୍ୟ କିଛି ବୁଦ୍ଧଜୀବୀଙ୍କ ମ ତ ଅଟେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031