Indus Valley Times

ବାଲ୍ୟବିବାହ ରୋକିଲେ ନୟାଗଡ଼ ଚାଇଲ୍ଡ ଲାଇନ୍ ଓ ବାଲ୍ୟବିବାହ ନିଷେଧ ଅଧିକାରୀ

 Breaking News

ବାଲ୍ୟବିବାହ ରୋକିଲେ ନୟାଗଡ଼ ଚାଇଲ୍ଡ ଲାଇନ୍ ଓ ବାଲ୍ୟବିବାହ ନିଷେଧ ଅଧିକାରୀ

ବାଲ୍ୟବିବାହ ରୋକିଲେ ନୟାଗଡ଼ ଚାଇଲ୍ଡ ଲାଇନ୍ ଓ ବାଲ୍ୟବିବାହ ନିଷେଧ ଅଧିକାରୀ
May 13
09:34 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ(ନୟାଗଡ଼)୧୨/୫ : ନୟାଗଡ଼ ଚାଇଲଡ ଲାଇନ୍ନ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ମିଳିତ ଭାବରେ ଚଡାଉ କରି ନୂଆଗାଁ ବ୍ଲକ ର ଅଭୟପୁର ଗ୍ରାମରେ ଏକ ବାଲ୍ୟବିବାହ ରୋକିବାରେ ସଫଳ ହୋଇଛନ୍ତି।
ଅଭୟପୁର ଗ୍ରାମର ନାବାଳିକା ଝିଅ ଯାହାର ବୟସ ୧୬ ବର୍ଷ କୁ ପିତା – ପଞ୍ଚୁ ନାୟକ କରାଯାଉଥିବା ନାବାଳିକା ଝିଅର ବୟସ ୧୬ ହୋଇଥିବା ବେଳେ ନାବାଳିକା ର ପିତା -ପଞ୍ଚୁ ନାୟକ, ନୟାଗଡ଼ଜିଲ୍ଲା ମାଳିସାହି ଗ୍ରାମର ଦିଲିପ୍ ନାୟକଙ୍କ ପୁଅ ସାଗର ନାୟକ(୨୫ ବର୍ଷ) ସହିତ ସ୍ତିର ହୋଇଥିଲା ।
ଝିଅ ଘରେ ଭୋଜିଭାତ ର ଆୟୋଜନ ଚାଲିଥିଲା,ବେଦୀ ବନ୍ଦା ସାରିଥିଲା,ଆଜି ରାତିରେ ବର ଅଭୟପୂର ଗ୍ରାମକୁ ବରଯାତ୍ରୀ ଧରି ବାହାହେବାକୁ ଆସିବାର ଥିଲା ।
ହେଲେ କୌଣସି ସୂତ୍ରରୁ ୧୦୯୮ ନଂ ଯୋଗେ ନାୟଗଡ ଚାଇଲ୍ଡ ଲାଇନକୁ ଏସଂପର୍କରେ ସୂଚନା ମିଳିଥିଲା।ନୟାଗଡ଼ ଚାଇଲ୍ଡ ଲାଇନ କର୍ମକର୍ତ୍ତା ମାନେ ଝିଅ ଘର ଗ୍ରାମକୁ ଯାଇ କିଛି ସମୟପରେ କନିଆ ସାଜିବାକୁ ଯାଉଥିବା ନାବାଳିକା ଝିଅର ପିତା,ମାତାଙ୍କୁ ବାଲ୍ୟବିବାହ ର ଅପକାରିତ ବିଷୟରେ ବୁଝାଇ,ନାବାଳିକା ଝିଅଟିକୁ ନୂଆଗାଁ ପୋଲିସ ସହାୟତାରେ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା।
ଏହି ଚଡ଼ାଉରେ ନୟାଗଡ଼ ଚାଇଲ୍ଡ ଲାଇନ ର ସ୍ୱର୍ଣାଲତା ଜେନା,ବିଭୂତି ଭୂଷଣ ବେହେରା ଙ୍କ ସହିତ ନୂଆଗାଁ ବାଲ୍ୟ ବିବାହ ନିଷେଧ ଅଧିକାରୀ ଶୁଭ୍ରକେସି ମାଲିକ ଙ୍କ ଓ ନୂଆଗାଁ ପୋଲିସ ଷ୍ଟାଫ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031