Indus Valley Times

ବାହାନଗା ଟ୍ରେନ୍ ଦୁର୍ଘଟଣା : ୩ ଜଣଙ୍କୁ ବାନ୍ଧିଲା ସିବିଆଇ

 Breaking News

ବାହାନଗା ଟ୍ରେନ୍ ଦୁର୍ଘଟଣା : ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ବାହାନଗା ଟ୍ରେନ୍ ଦୁର୍ଘଟଣା : ୩ ଜଣଙ୍କୁ ବାନ୍ଧିଲା ସିବିଆଇ
July 07
19:23 2023

ବାଲେଶ୍ୱର,୭/୭ : ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି ସିବିଆଇ। ଗିରଫ ରେଳ କର୍ମଚାରୀମାନେ ହେଉଛନ୍ତି- ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର।
ଆଇପିସି ଧାରା ୩୦୪ ଏବଂ ୨୦୧ରେ ଏହି ୩ ଜଣଙ୍କୁ ଗିରଫ କରାଯାଇଛି। ଜାଣିକି ଅପରାଧ ଘଟାଇବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି।
ଗତ ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।
ବାହାନଗା ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ଥିଲା କି ନାହିଁ ସେ ନେଇ ତଦନ୍ତ କରୁଥିଲା ସିବିଆଇ। ଅନ୍ୟପକ୍ଷରେ ରେଲୱେ ସୁରକ୍ଷା କମିଶନର (CRS) ମଧ୍ୟ ଘଟଣାର ତଦନ୍ତ କରୁଥିଲେ।
ଗତ ସପ୍ତାହରେCRSତାଙ୍କ ରିପୋର୍ଟ ଦେଇଥିଲେ। ସିଗ୍ନାଲିଂ ବିଭାଗର କର୍ମଚାରୀମାନଙ୍କୁ କମିଶନର ଏହି ଦୁର୍ଘଟଣା ପାଇଁ ଦାୟୀ କରିଥିଲେ। କୌଣସି ପ୍ରକାର ବୈଷୟିକ ତ୍ରୁଟି ବା ମେସିନ୍ ଖରାପ ଯୋଗୁ ଏହି ଦୁର୍ଘଟଣା ଘଟି ନଥିଲା ବୋଲି ଉଜଝ ରିପୋର୍ଟ ଦେଇଥିଲେ। ସେହିଭଳି ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିବା କଥାକୁ CRS ଖାରଜ କରିଥିଲେ। କିଛି କ୍ଷେତ୍ର କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା CRS କହିଥିଲେ। ସେମାନେ ସୁରକ୍ଷା ବ୍ୟବସ୍ଥାକୁ ଯେମିତି ଭାବେ ଯାଞ୍ଚ କରିବା କଥା, ସେମିତି କରି ନଥିଲେ ବୋଲି CRS କହିଥିଲେ। ସେହିଭଳି ବାହାନଗା ବଜାର ଷ୍ଟେସନ ମାଷ୍ଟର ଏସ୍.ବି ମହାନ୍ତିଙ୍କ ଅବହେଳାକୁ ମଧ୍ୟ ସିଆର୍ଏସ୍ ଦାୟୀ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031