Indus Valley Times

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା; ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ମେୟର

 Breaking News

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା; ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ମେୟର

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା; ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ମେୟର
July 02
17:47 2025

ଭୁବନେଶ୍ୱର,୨/୭: BMC ହିଂସା ଘଟଣାରେ ମୁହଁ ଖୋଲିଲେ ମେୟର ସୁଲୋଚନା ଦାସ। ସେ କହିଛନ୍ତି,ଏଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ।ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ।ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ।
କିନ୍ତୁ OAS ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି।BMCରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି।ମୟର ଭାବେ ମୁଁ ସମର୍ଥନ କରୁଛି ଓ ସେମାନଙ୍କ ସହ ରହିଛି।ମୁଖ୍ୟ ଅଭିଯୁକ୍ତ ନ ଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ।କମିଶନର ନିଜେ କହିଛନ୍ତି ଆଇନର ଊଦ୍ଧର୍‌ବରେ କେହି ନୁହଁନ୍ତି।
ଭୁବନେଶ୍ୱର ମହାନଗର ନିଗମ ( BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିରେ ଜଗନ୍ନାଥ ପ୍ରଧାନ। କହୁକହୁ କହିଦେଲେ ସବୁ ସତ କଥା। ମୋତେ BMC ଅତିରିକ୍ତ କମିଶନର ରତ୍ନାକର ଖରାପ ବ୍ୟବହାର କରିଥିଲେ ବୋଲି ଜଗନ୍ନାଥ କହିଛନ୍ତି। ଜଣେ ସ୍ବଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ କରିଥିଲି। ମୋତେ ତମେ କିଏ, କାହିଁକି ପଚାରୁଛ କହି ବ୍ୟବହାର ଖରାପ କରିଥିଲେ। ସେଥିପାଇଁ ସୋସିଆଲ ମିଡିଆରେ ଗୋଟିଏ ହାତରେ ତାଳି ବାଜେନି ଲେଖିଥିଲି। ୩୪ ନଂ ୱାର୍ଡ ସ୍ବଚ୍ଛ ସାଥୀ ଭଉଣୀଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। କାହିଁକି ଭାଜପା ରାଲିକୁ ଯାଉଛ କହି ତାଗିଦ ମଧ୍ୟ କରିଥିଲେ। ସ୍ବଚ୍ଛ ସାଥୀ ଭଉଣୀ ଜଣଙ୍କ ଖାରବେଳନଗର ଥାନାରେ ଏତଲା ମଧ୍ୟ କରିଛନ୍ତି।
ଘଟଣାକୁ ନେଇ ଜଗନ୍ନାଥ ସୋମବାର ପ୍ରତିକ୍ରିୟା ରଖିଥିଲେ। ଏହି ଘଟଣା ନିନ୍ଦନୀୟ ବୋଲି କହି ସେ ଏହାକୁ ଢାଙ୍କିବାକୁ କେହି ଚେଷ୍ଟା କରିବେ ନାହିଁ ବୋଲି ଦାବି କରିଛନ୍ତି। ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଯୁବକମାନେ ରତ୍ନାକର ସାହୁଙ୍କୁ ‘ଜଗା ଭାଇଙ୍କ ସହ କଥା ହୋଇଛି କି?’ ବୋଲି ପଚାରି ଆକ୍ରମଣ କରିଥିଲେ।
ଏହି ଅଭିଯୁକ୍ତମାନେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଧାନ କହିଛନ୍ତି, ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ଚିହ୍ନେ। ମୁଁ ସେମାନଙ୍କ ସହ କଥା ହୋଇଛି। ଏହା ଏକ ନିନ୍ଦନୀୟ ଘଟଣା।
ଅଭିଯୁକ୍ତମାନଙ୍କୁ ‘ତାଙ୍କ ପିଲା’ ବୋଲି ପଚରା ଯିବାରୁ ପ୍ରଧାନ କହିଛନ୍ତି, ଭାଜପା ସରକାର ଜନତାର ସରକାର। ଅତିରିକ୍ତ କମିଶନର ମଧ୍ୟ ଆମର। କାହାକୁ ‘ମୋ ପିଲା’ କୁହାଯିବ ନାହିଁ, ସେମାନଙ୍କୁ ଦୋଷୀ ମାନିବାକୁ ପଡ଼ିବ। ସେ ଆହୁରି କହିଛନ୍ତି, ଭାଜପା ଆମର ପରିବାର, ଏହା ଜନତାର ସରକାର। ମୁଁ ପୁଲିସ ସହ କଥା ହୋଇଛି, ସେମାନେ କାର‌୍ୟ୍ୟାନୁଷ୍ଠାନ ନେବେ।
ଘଟଣାର କାରଣ ସମ୍ପର୍କରେ ପଚରାଯିବାରୁ ପ୍ରଧାନ କହିଛନ୍ତି, ଏହା ଖା ଭୁଞ୍ଜ ଗିଳି କୁ ନେଇ ଏମିତି ଘଟିଛି ବୋଲି ଜଗନ୍ନାଥ କହିଛନ୍ତି। ଏହା ପୁନରାବୃତ୍ତି ନହେବ ବୋଲି ପଚରାଯିବାରୁ ସେ କହିଛନ୍ତି, ଭବିଷ୍ୟତରେ କ’ଣ ହେବ ତାହା କହି ହେବ ନାହିଁ। ସବୁକିଛିର ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ। ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ବିଜେଡିର ଇତିହାସ ସମସ୍ତେ ଜାଣନ୍ତି। ସେମାନେ ଏବେ ନୂଆ ମଜାକ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930