Indus Valley Times

ବିଏସ୍‌ସି ନର୍ସିଂ ପାଇଁ ‘ନିଟ୍‌’ ପରୀକ୍ଷା ଜରୁରୀ

 Breaking News

ବିଏସ୍‌ସି ନର୍ସିଂ ପାଇଁ ‘ନିଟ୍‌’ ପରୀକ୍ଷା ଜରୁରୀ

ବିଏସ୍‌ସି ନର୍ସିଂ ପାଇଁ ‘ନିଟ୍‌’ ପରୀକ୍ଷା ଜରୁରୀ
August 07
17:53 2021

ନୂଆଦିଲ୍ଲୀ, ୭/୮: ଯେଉଁ ଛାତ୍ରଛାତ୍ରୀମାନେ ବିଏସସି ନର୍ସିଂ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏବେ ବିଏସସି ନର୍ସିଂ ପାଠ ପଢିବାକୁ ହେଲେ ପ୍ରଥମେ ‘ନିଟ୍’ ପରୀକ୍ଷା ଦେବାକୁ ପଡ଼ିବ। ନିଟ୍ ପରୀକ୍ଷାରେ ସଫଳ ହେବ ପରେ ଛାତ୍ରଛାତ୍ରୀମାନେ ବିଏସସି ନର୍ସିଂ ପଢିପାରିବେ ।
ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅଣ୍ଡର ଗ୍ରାଜୁଏଟ ମେଡିକାଲ କୋର୍ସ ଓ ବିଏସସି ନର୍ସିଂ ପାଇଁ ଆବେଦନ ଦାଖଲ କରିବାକୁ ଆମନ୍ତ୍ରଣ କରିଛନ୍ତି । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୧୦ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଅନ୍ୟପଟେ ବିଏସସି ନର୍ସିଂ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀମାନଙ୍କର ସର୍ବନିମ୍ନ ବୟସ ୧୭ ବର୍ଷ ହୋଇଥିବା ଆବଶ୍ୟକ । ଏହାସହ ଯୁକ୍ତ-୨ ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଓ ଇଂଗ୍ରାଜୀ ବିଷୟରେ ପାସ୍ କରିଥିବା ଜରୁରୀ ।
ଏହାସହ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ସହ ପାସ୍ କରିଥିବା ବି ବାଧ୍ୟତାମୂଳକ କରାଯାଇଛି ।
ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓପନ ସ୍କୁଲ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲ (ଏନଆଇଓଏସ)ରେ ବିଜ୍ଞାନ ଓ ଇଂଗ୍ରାଜୀ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ ସେମାନେ ବି ବିଏସସି ନର୍ସିଂ ପାଇଁ ଆବେଦନ କରିପାରିବେ । ଏହାସହ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନରେ ୪୦ ପ୍ରତିଶତ ମାର୍କ ରଖିଥିବା ଏସସି, ଏସଟି ଓ ଓବିସି ବର୍ଗର ଛାତ୍ର ଛାତ୍ରୀମାନେ ବି ଆବେଦନ କରିପାରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031