Indus Valley Times

ବିଜୁ ଜନତାଦଳର ହରଭଙ୍ଗା ବ୍ଲକ ସାଙ୍ଗଠନିକ ବୈଠକ

 Breaking News

ବିଜୁ ଜନତାଦଳର ହରଭଙ୍ଗା ବ୍ଲକ ସାଙ୍ଗଠନିକ ବୈଠକ

September 27
14:40 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୯: ଆଜି ପୁରୁଣାକଟକ ପିଡବ୍ଲ୍ୱଡି ଡାକ ବଙ୍ଗଳାଠାରେ ବିଜୁ ଜନତାଦଳ ହରଭଙ୍ଗା ବ୍ଲକ ସାଙ୍ଗଠନିକ ବୈଠକ ବରିଷ୍ଠ ଓକିଲ ରବିଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତ ବୌଦ୍ଧ ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ କର୍ଣ୍ଣ ଜିଲ୍ଲାକାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ ବିସିସିବି ସଭାପତି ଅରୁଣ କୁମାର ପ୍ରଧାନ ସୀତାରାମ ଅଗ୍ରୱାଲ ଯୁବନେତା ଅବକାଶ ସାହୁ ପ୍ରମୁଖ ବକ୍ତବ୍ୟ ରଖି ସମ୍ପ୍ରତି ରାଜ୍ୟର ଡବଲ ଇଞ୍ଜିନ ସରକାର ୧୦୦ ଦିନର ବିକାଶର ଗାଥା ଗାଉଥିବା ବେଳେ କୌଣସି ଜାଗାରେ ମାଟିମୁଠାଟିଏ ନ ପକେଇଜିଲ୍ଲାବାସୀଙ୍କୁ ଲୁଟିବା ଆରମ୍ଭ କରିଛନ୍ତି ବ୍ଲକ ଠାରୁ ଆରମ୍ଭ କରି ଲାଇନଡିପାର୍ଟମେଣ୍ଟ ସବୁଠି ପିସି ନଦେଲେ ଫାଇଲ ଘୁଞ୍ଚୁନି । ସ୍ୱାସ୍ଥ୍ୟସେବା ଶିକ୍ଷା ବ୍ୟବସ୍ଥା ସବୁକିଛି ବିପର୍ଯ୍ୟସ୍ତ ।
ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ଠକିବା ଆରମ୍ଭ କରିଛି ଡବଲ ଇଞ୍ଜିନ ସରକାର କ୍ଷ ଏ ଯାବତ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ମୋଜା ଯୋଗାଇବାରେ ଅସମର୍ଥ ହୋଇଛି ଡବଲ ଇଞ୍ଜିନ ସରକାର । ୩୦୦ ୟୁନିଟ ବିଜୁଳି ଦେବ କହି ଲୋକଙ୍କୁ ପ୍ରତାରିତ କରିଛି ଓଡ଼ିଶାବାସୀ ତଥା ବୌଦ୍ଧ ବାସୀଙ୍କୁ ।
ଏହାରି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ହରଭଙ୍ଗା ବ୍ଲକରେ ଆସନ୍ତା ଅକ୍ଟୋବର ୦୭ ତାରିଖ ତିଳେଶ୍ୱର ଠାରୁ ପୁରୁଣାକଟକ ଦେଈ ଚାରିଛକ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିବିକ୍ରମ ମହାକୁଡ଼ ସୁଶାନ୍ତ ପ୍ରଧାନ ସରପଞ୍ଚ ଅଶୋକ ସେଠି ଶ୍ରୀବନ୍ତ ମେହେର ନିହାର ଘୋଷ ନିକୁଞ୍ଜ ବେହେରା ଅଶୋକ ମେଣ୍ଡୁଳି ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ କହଁର ଜ୍ୟୋତିରଞ୍ଜନ ସାହୁ ସଞ୍ଜୟ ଦେହୁରୀ ପ୍ରଦୀପ କୁମାର ସାହୁ ସୁଶୀଲ ଦେହୁରୀ ଜ୍ୟୋତିରଞ୍ଜନ ଦାସ ପୂର୍ବତନ ଜିଲ୍ଲାପରିଷଦ ଉପାଧକ୍ଷ ଅକ୍ରୁର ସେଠିପୂର୍ବତନ ବ୍ଲକ ଉପାଧକ୍ଷ ପଙ୍କଜ ସାହୁ ସଂଜିତ ବାରିକ ରଜତ ଦାସ ପ୍ରମୁଖଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ କର୍ମୀ ଆଜିର ବୈଠକରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031