Indus Valley Times

ବିଜୁ ଜନତା ଦଳ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

 Breaking News

ବିଜୁ ଜନତା ଦଳ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

October 10
20:54 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୦/୧୦: ବୌଦ୍ଧସହର ଏନଏସି ଛକ ଠାରେ ଶନିବାର ଦିନ ବୈାଦ୍ଧଜିଲ୍ଲା ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ମାସ୍କ ବଣ୍ଟନ ଓ ସାନିଟାଇଜର ଦେଇ ସଚେତନତାର ବାର୍ତ୍ତା ଦେଇଛନ୍ତି । ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍‌୍ୟୁଞ୍ଜୟ ମିଶ୍ର ଓ ଛାତ୍ର ବିଜେଡି ସଭାପତି ସଂଗ୍ରାମ କେଶରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ବେଳା ଦୁଇଘଣ୍ଟା ଓ ଅପରାହ୍ନରେ ଦୁଇ ଘଣ୍ଟା ସପ୍ତାହ ବ୍ୟାପି ଉକ୍ତ କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରାଯିବ । ଆଜିର କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ୍ ଚେୟାରମେନ ବିଶ୍ୱଜିତ ମିଶ୍ର, ରାଜ୍ୟ ସଂପାଦକ ଅଶୋକ ସାହୁ, ପୂର୍ବତନ ଉପନଗରପାଳ ବସନ୍ତ ସ୍ୱାଇଁ, ସୁବାସ ସାହୁ, ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସ୍ୱାଧୀନ ବିଶ୍ୱାଳ, ଯୁବ ନେତା ସଂଗ୍ରାମ କେଶରୀ ମଲ୍ଲିକ, ତୋଫାନ ପରିଡ଼ା, କୈଳାଶ ବେହେରା, ଦେବାଶିଷ ପ୍ରଧାନ, ସମ୍ୟକ ନାଏକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ ।

Tags
BJD
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031