Indus Valley Times

ବିଜେଡ଼ିର ସାଂଗଠନିକ ନିର୍ବାଚନ, ୧୬ ଜିଲ୍ଲା ସଭାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

 Breaking News

ବିଜେଡ଼ିର ସାଂଗଠନିକ ନିର୍ବାଚନ, ୧୬ ଜିଲ୍ଲା ସଭାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ବିଜେଡ଼ିର ସାଂଗଠନିକ ନିର୍ବାଚନ, ୧୬ ଜିଲ୍ଲା ସଭାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
April 13
17:36 2025

ଭୁବନେଶ୍ବର, ୧୩/୪ : : ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ବିଜେଡି ଜିଲ୍ଲା ସଭାପତି ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡିର ବିଧାୟକ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାକୁ ଯାଉଛି।
ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି। ଏହି ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ସଭାପତି ପଦ ପାଇଁ ଜଣେ ଲେଖାଏଁ ନାମାଙ୍କନ ଭରିଥିବାରୁ, ୧୬ ଜଣ ନେତା ନିର୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ନିର୍ବାଚିତ ହେଇଛନ୍ତି।
-ପ୍ରତାପ ଦେବ, ବିଜେଡି ବିଧାୟକ
ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ। ସୁନ୍ଦରଗଡ଼ ଜିଲ୍ଲା ପାଇଁ ନାମାଙ୍କନ ଭରିଛନ୍ତି ବିଧାୟକ ଯୋଗେଶ ସିଂ। ବରିଷ୍ଠ ବିଜେଡି ନେତା ମଙ୍ଗଳା କିଷାନଙ୍କ ଉପସ୍ଥିତିରେ ଯୋଗେଶ ଆଜି ଶଙ୍ଖ ଭବନରେ ନାମାଙ୍କନ କରିଛନ୍ତି।
ସେପଟେ ଅନୁଗୁଳୁ ବିଜେଡି ଜିଲ୍ଲା ସଭାପତି ପାଇଁ ତାଳଚେର ବିଧାୟକ ବ୍ରଜ ପ୍ରଧାନ ନାମାଙ୍କନ ଭରିଛନ୍ତି। ଶଙ୍ଖ ଭବନରେ ପହଞ୍ଚି ବ୍ରଜ ପ୍ରଧାନ ନାମାଙ୍କନ କରିଛନ୍ତି। ଅନ୍ୟପଟେ ପୂର୍ବତନ ବିଜେଡି ବିଧାୟକ ମାନସ ମାଡକାମୀ ମାଲକାନଗିରି ଜିଲ୍ଲା ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031