Indus Valley Times

ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ

 Breaking News

ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ

ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ
September 12
11:33 2025

ଭୁବନେଶ୍ୱର, ୧୨/୯ : ବିଜୁ ଜନତା ଦଳରେ ତୁଣ୍ଡ ଖୋଲିବା ମହାପାପ । ଏମିତିକି ଦଳକୁ ସୁସଙ୍ଗଠିତ କରିବାକୁ ପରାମର୍ଶ ଦେବା ମଧ୍ୟ ଭୁଲ । ବିଜେଡ଼ିରୁ ଦୂରେଇ ଯିବାକୁ ମନ୍ତବ୍ୟ ଦେଇଥିବା ପ୍ରଫୁଲ୍ଲ ମଲ୍ଲିକ ପାଇଁ ପରଦିନ ବୁମେରାଂ ସାବ୍ୟସ୍ତ ହୋଇଛି । ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି ।
ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗରରୁ ଚାରି ଥର ବିଧାୟକ ହେବା ସହିତ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ । ଦଳକୁ ସୁସଙ୍ଗଠିତ କରିବାକୁ ପ୍ରଫୁଲ୍ଲ ଗତକାଲି ପରାମର୍ଶ ଦେଇଥିଲେ ।
ସେ ଦୀର୍ଘ ଦିନ ହେବ ଦଳର କୌଣସି ସାଙ୍ଗଠନିକ କାର‌୍ୟ୍ୟକ୍ରମରେ ଯୋଗ ଦେଉନଥିଲେ । କେବଳ ଜଣେ ସଦସ୍ୟଭାବେ କାର‌୍ୟ୍ୟ କରୁଥିଲେ । ଦଳ ଯଦି ପୂର୍ବ ବିଚାରଧାରାରେ ନ ଚାଲେ ତେବେ ସେ ଦୂରେଇ ଯିବେ ବୋଲି ଚେତାବନୀ ଦେଇଥିଲେ । କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କୁ ନିଲମ୍ବନ କରାଯାଇଛି ।
ଗତକାଲି ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପ୍ରକାଶ ବିଜେଡ଼ିର ଦଳୀୟ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେଡ଼ିରେ ଲାଗି ରହିଥିବା ଏଭଳି ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ।
ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡ଼ିର ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରୁ ଦୂରେଇ ଯିବା ନେଇ ସଙ୍କେତ ଦେଇଥିଲେ । ବିଜେଡ଼ି ଆଉରେ ପୂର୍ବ ବିଚାରଧାରା ନ ନାହିଁ । ବିଜେଡ଼ି ଯେଉଁ ବିଚାରଧାରାକୁ ନେଇ ଗଠନ ହୋଇଥିଲା , ସେହି ବିଚାରଧାରା ନାହିଁ । କାହା ଉପରେ କୌଣସି ଅଭିମାନ ନାହିଁ ।
ଯଦି ଠିକ୍ ଭାବରେ ଦଳ କାମ କରିବେ ତାହାହେଲେ ସିଏ ରହିବେ । ବିଜେଡି ସଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳକୁ ସଙ୍ଗଠିତ କରିବାକୁ ଆମେ କିଛି ପରାମର୍ଶ ଦେଇଥିଲୁ ତାହା ମଧ୍ୟ କାର୍ଯ୍ୟକାରୀ କରାଯାଉନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ ।
ଦଳର ଭିକେ ପାଣ୍ଡିଆନଙ୍କ ରାଜୁତି ପାଇଁ ବହୁ ବରିଷ୍ଠ ନେତା ମୁହଁ ମୋଡ଼ି ସାରିଲେଣି । ଗତ ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ ଦଳୀୟ କନ୍ଦଳ ଧିରେ ଧିରେ ବଢ଼ିଚାଲିଛି । ନିକଟରେ ପୂର୍ବତନ ସାଂସଦ ଏମ୍ ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକି ଓ ଛାତ୍ର ନେତା ହରିଶଙ୍କର ରାଉତ ଦଳ ଛାଡ଼ିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031