Legatus

ବିଜେଡିରେ ଚିରଞ୍ଜୀବ ବିଶ୍ୱାଳ, ଶଙ୍ଖ ଭବନରେ ସମର୍ଥକଙ୍କ ସହ ହେଲେ ଦଳରେ ସାମିଲ

 Breaking News

ବିଜେଡିରେ ଚିରଞ୍ଜୀବ ବିଶ୍ୱାଳ, ଶଙ୍ଖ ଭବନରେ ସମର୍ଥକଙ୍କ ସହ ହେଲେ ଦଳରେ ସାମିଲ

ବିଜେଡିରେ ଚିରଞ୍ଜୀବ ବିଶ୍ୱାଳ, ଶଙ୍ଖ ଭବନରେ ସମର୍ଥକଙ୍କ ସହ ହେଲେ ଦଳରେ ସାମିଲ
March 31
14:55 2024

ଜଗତସିଂହପୁର, ୩୧/୩ : : ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ତେବେ ସେ ବିଜେଡିରେ ସାମିଲ ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି। କିଛି ସ୍ୱାର୍ଥ ନେଇ ମୁଁ ଦଳକୁ ଆସିନାହିଁ। ତାଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇଛି। ମୁଁ ଜଣେ ଦଳୀୟ କର୍ମୀ ଭାବରେ ଦଳରେ ରହିବି। ଦଳ ଯାହା କାମ ଦେବ, ତାହା କରିବି। ଆଗାମୀ ଦିନରେ ବିଜେଡି ୧୨୦ରୁ ଅଧିକ ବିଧାୟକ ଓ ୧୫ ସାଂସଦଙ୍କୁ ଜିତେଇବାରେ ଗୁଣ୍ଡୁଚି ମୂଷାର ଭୂମିକା ନେବି।
ସୂଚନାଯୋଗ୍ୟ, ଗତକାଲି ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଚିରଞ୍ଜୀବ ଦଳ ଛାଡ଼ିବା ନେଇ ଦୁଇ ବର୍ଷ ହେଲା ଯେଉଁ ଚର୍ଚ୍ଚା ହୋଇ ଆସୁଥିଲା ତାହାର ଗତକାଲି ଅନ୍ତ ଘଟିଥିଲା। ଚିରଞ୍ଜୀବ ବିଜେଡିରେ ମିଶିବା ପରେ କେଉଁଠୁ ଟିକେଟ ନେଇ ନିର୍ବାଚନ ଲଢ଼ିବେ ତାହାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଲାଗିରହିଛି। ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଳଢ଼ିବା ଏକପ୍ରକାର ନିଶ୍ଚିତ ବୋଲି ତାଙ୍କର ସମର୍ଥକ ଅବଶ୍ୟ କହୁଛନ୍ତି। ଦୀର୍ଘ ବର୍ଷ ଧରି କଂଗ୍ରେସ ପରିବାର ସହ ସମ୍ପର୍କ ତୁଟାଇବାର ପ୍ରକୃତ କାରଣ କେହି କହୁ ନ ଥିଲେ ବି ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ସେ ଅପମାନ ବୋଧ କରିଥିଲେ। ଯଦିଓ ଦଳ ତାଙ୍କର ନିଲମ୍ବନ କିଛି ମାସ ପୂର୍ବରୁ ଉଠାଇ ଦେଇଥିଲା, ସେ କିନ୍ତୁ ଆଉ ଦଳୀୟ କାର‌୍ୟ୍ୟକ୍ରମରେ ସକ୍ରିୟ ନଥିଲେ।
ଚିରଞ୍ଜୀବଙ୍କ ବାପା ସ୍ବର୍ଗତ ବସନ୍ତ ବିଶ୍ବାଳ ୮୦ ଦଶକରେ କଂଗ୍ରେସର ପ୍ରଭାବଶାଳୀ ନେତା ଭାବେ ପରିଗଣିତ ହେଉଥିଲେ। ତାଙ୍କର ଉତ୍ତରାଧିକାରୀ ଭାବେ ୨୦୦୪ରେ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ତିର୍ତ୍ତୋଲ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ତିର୍ତ୍ତୋଲ ସଂରକ୍ଷିତ ଆସନ ହୋଇଯିବାରୁ ଚିରଞ୍ଜୀବ ଜଗତସିଂହପୁର ବିଧାନସଭାରୁ କଂଗ୍ରେସ ଟିକେଟରେ ଲଢ଼ି ହାରିଥିଲେ। ୨୦୧୪ରେ ସେ ସେହି ଜଗତସିଂହପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ପରାସ୍ତ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31