Indus Valley Times

ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା, ୨୭ ଜଣଙ୍କୁ ମିଳିଲା ଟିକେଟ୍, ଆହୁରି ୪୮ ବାକି

 Breaking News

ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା, ୨୭ ଜଣଙ୍କୁ ମିଳିଲା ଟିକେଟ୍, ଆହୁରି ୪୮ ବାକି

ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା, ୨୭ ଜଣଙ୍କୁ ମିଳିଲା ଟିକେଟ୍, ଆହୁରି ୪୮ ବାକି
April 03
19:56 2024

ଭୁବନେଶ୍ବର, ୩/୪: ବିଜୁ ଜନତା ଦଳ (ବିଜେଡି) ବୁଧବାର ସନ୍ଧ୍ୟାରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଦ୍ବାରା କରାଯାଇଥିବା ଘୋଷଣା ଅନୁସାରେ ବ୍ରଜରାଜନଗରରୁ ପୁଣି ଥରେ ଅଳକା ମହାନ୍ତି ଟିକେଟ୍ ପାଇଛନ୍ତି।
ସେହିପରି ବିଜେଡି ଦୀପାଳି ଦାସଙ୍କୁ ପୁଣି ଥରେ ଝାରସୁଗୁଡ଼ାରେ ଟିକେଟ୍ ଦେଇଛି। ବିଜେଡି ଟିକେଟ୍ରେ ତଳସରାରୁ ବିଜୟ ଟପ୍ପୋ, ସୁନ୍ଦରଗଡ଼ରୁ ଯୋଗେଶ ସିଂହ, ରାଇରଗଂପୁରରୁ ଅନିଲ ବରୁଆ, ବଣାଇରୁ ଭୀମସେନ ଚୌଧୁରୀ ନିର୍ବାଚନ ଲଢ଼ିବେ।
ସେହିପରି ଯଶିପରୁରେ ବିଜେଡି ଟିକେଟ୍ରେ ଚକ୍ରଧର ହେମ୍ବ୍ରମ ନିର୍ବାଚନ ଲଢ଼ିବେ। ଉଦଳାରେ ଶ୍ରୀନାଥ ସୋରେନ, ବାରିପଦାରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଣିଂ, ବଡ଼ସାହିରେ ଅନୁସୂୟା ପାତ୍ର, ମୋରଡ଼ାରେ ପ୍ରୀତିନନ୍ଦା କାନୁନଗୋ, ସୋରରେ ମାଧବ ଧଡ଼ା, ଆଠମଲ୍ଲିକରେ ନଳିନୀକାନ୍ତ ପ୍ରଧାନ, ବୀରମହାରାଜପୁରରେ ପଦ୍ମନାଭ ବେହେରା, ଖରିଆରରେ ଅଧୀରାଜ ପାଣିଗ୍ରାହୀ, ଫୁଲବାଣୀରେ ଜୟଶ୍ରୀ କହଁର, ମାହାଙ୍ଗାରେ ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲରେ ରମାକାନ୍ତ ଭୋଇଙ୍କୁ ବିଜେଡି ଟିକେଟ ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁରରେ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ବର (ଉତ୍ତର)ରେ ସୁଶାନ୍ତ ରାଉତ, ଭୁବନେଶ୍ବର (ଏକାମ୍ର)ରେ ଅଶୋକ ଚନ୍ଦ୍ର ପଣ୍ଡା, ଖଲିକୋଟରେ ସୂର୍ଯ୍ୟମଣୀ ବୈଦ୍ୟ, ଆସିକାରେ ମଂଜୁଳା ସ୍ବାଇଁ, ବ୍ରହ୍ମପୁରରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡିରେ ରୂପେସ ପାଣିଗ୍ରାହୀ, ମୋହନାରେ ଅନ୍ତର‌୍ୟ୍ୟାମୀ ଗମାଙ୍ଗୋ ଓ ପଟ୍ଟାଙ୍ଗୀରେ ପ୍ରଫୁଲ୍ଲ ପାଙ୍ଗୀଙ୍କ ଉପରେ ଭରସା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031