Legatus

ବିଜେଡି ଦୟାରୁ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ସାଂସଦ ହୋଇଥିଲେ: ମୁନ୍ନା ଖାନ୍

 Breaking News

ବିଜେଡି ଦୟାରୁ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ସାଂସଦ ହୋଇଥିଲେ: ମୁନ୍ନା ଖାନ୍

March 28
20:55 2024

ଭୁବନେଶ୍ୱର,୨୮/୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।
ଦଳର ଦୁଇ ବରିଷ୍ଠ ନେତା ଯାଇ ବିରୋଧୀ କ୍ୟାମ୍ପରେ ଯୋଗ ଦେବା ପରେ କଡ଼ା ଭାଷାରେ ସମାଲୋଚନା କରିଛି ବିଜୁ ଜନତା ଦଳ(ବିଜେଡି)।
ବିଜେଡି ଏମପି ମୁନ୍ନା ଖାଁ କହିଛନ୍ତି ”ଦୁଇଜଣଙ୍କର ନିଜସ୍ୱ କିଛି ନାହିଁ। ନବୀନଙ୍କ ନାଁ ଛାଡ଼ିଦେଲେ ୱାର୍ଡ ମେମ୍ବର ଟିଏ ଜିତିବାର ମଧ୍ୟ ସେମାନଙ୍କର କ୍ଷମତା ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଜଣେ ୨୬ ବର୍ଷ ଏମପି ଥିଲା ବେଳେ ଅନ୍ୟ ଜଣେ ୧୦ ବର୍ଷ ଏମପି ଥିଲେ।
ବିଜେଡିର ଦୟାରୁ ଏବଂ ନବୀନ ବାବୁଙ୍କର ଦୟାରୁ ସେମାନଙ୍କୁ ସେମାନେ ନିର୍ବାଚିତ ହୋଇଥିଲେ। ଦୁଇଜଣଙ୍କୁ ସେ ବିଗ୍ ଜିରୋ କହିବା ସହିତ ଆଗାମୀ ଦିନରେ ଯଦି ଭାଜପା ସେମାନଙ୍କୁ କେଉଁଠି ପ୍ରାର୍ଥୀ କରିବ ତାହାର ଫଳ ସେମାନେ ଜାଣିପାରିବେ।୧୦ ବର୍ଷର କାର‌୍ୟ୍ୟକାଳରେ ସିଦ୍ଧାନ୍ତ କେବେହେଲେ ଓଡ଼ିଶାର କଥା ସଂସଦରେ ଉଠାଇ ନାହାନ୍ତି। ଦଳ ତାଙ୍କ ଉପରେ ଦୟା କରି ଦ୍ୱିତୀୟ ଥର ଟିକେଟ ଦେଇଥିଲା।”

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31