Indus Valley Times

ବିଜେପିରେ ସାମିଲ ହେବେନି ସଚିନ ପାଇଲଟ୍ !

 Breaking News

ବିଜେପିରେ ସାମିଲ ହେବେନି ସଚିନ ପାଇଲଟ୍ !

ବିଜେପିରେ ସାମିଲ ହେବେନି ସଚିନ ପାଇଲଟ୍ !
July 13
12:35 2020

ଜୟପୁର,୧୩/୭: ରାଜସ୍ଥାନ ରାଜନୈତିକ ସଙ୍କଟ ଘଡିକୁ ଘଡ଼ି ନୂଆ ମୋଡ ନେଉଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୩୦ ବିଧାୟକଙ୍କ ସହ କଂଗ୍ରେସର ଗେହଲଟ ସରକାର ହାତ ଛାଡ଼ି ବିଜେପିରେ ମିଶିବେ ବୋଲି ଅନେକ କଳ୍ପନାଜଳ୍ପାନ ପ୍ରକାଶ ପାଉଥିବାବେଳେ ଆଜି ମୁହଁ ଖୋଲିଛନ୍ତି ସଚିନ୍। ବିଜେପିରେ ମିଶିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି।
ବିଭିନ୍ନ ସୂତ୍ରରୁ ଜଣାଯାଇଥିଲା, ସଚିନଙ୍କ ପାଖରେ କଂଗ୍ରେସର କିଛି ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେମାନେ ବିଜେପି ସହ ସମ୍ପର୍କରେ ଅଛନ୍ତି। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଜି ଆଲୋଚନା ପରେ ସଚିନ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା।
ଗତକାଲି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଚିନ ପାଇଲଟ ସାକ୍ଷାତ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଉଭୟଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିବା କୁହାଯାଉଛି । କଂଗ୍ରେସର ୨୭ ଓ ଅନ୍ୟ ୩ ଜଣ ସ୍ୱାଧୀନ ବିଧାୟକ ତାଙ୍କୁ ସମର୍ଥନ କରୁଥିବା ସଚିନ ଦାବି କରିଛନ୍ତି ।
ଯଦି ୩୦ ବିଧାୟକଙ୍କୁ ନେଇ ବିଜେପିରେ ମିଶିବେ ସଚିନ୍ ତେବେ କ’ଣ ଗେହଲଟ ସରକାର ଭାଙ୍ଗି ଯିବ ?
୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ପାଖରେ ରହିଛି ୧୦୭ଟି ସିଟ୍ । ସେହିପରି ୧୨ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟ ଦଳର ୫ ଜଣ ବିଧାୟକ ମଧ୍ୟ ଗେହଲଟ୍ ସରକାରକୁ ସମର୍ଥନ କରୁଛନ୍ତି । ଏହାକୁ ଦେଖିଲେ ଏବେ ଯାଏ ଗେହେଲଟ୍ ୧୨୪ ଜଣଙ୍କୁ ନେଇ ରାଜସ୍ଥାନରେ ସରକାର ଚଲାଉଛନ୍ତି।
ଅନ୍ୟପକ୍ଷରେ ବିଜେପି ପାଖରେ ୭୨ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏହାଛଡ଼ା ୩ ଜଣ ଆରଏଲ୍ପି ବିଧାୟକ ଅଛନ୍ତି । ଅନ୍ୟାନ୍ୟ ଦଳର ୪ ଜଣ ସଦସ୍ୟ ନା କଂଗ୍ରେସ ନା ବିଜେପିକୁ ସମର୍ଥନ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ସଚିନ ପାଇଲଟଙ୍କ ପାଖରେ ୨୫ ଜଣ କଂଗ୍ରେସ ବିଧାୟକ, ୩ ଜଣ ସ୍ୱାଧୀନଙ୍କ ସମେତ ଅନ୍ୟ ଦୁଇ ବିଧାୟକଙ୍କ ସମର୍ଥନ ରହିଛି।
ଯଦି, ଏହି ସଂଖ୍ୟା ୩୦ରେ ରୁହେ ଏବଂ ସଚିନ୍ ସରକାରରୁ ବାହାରି ଯାଆନ୍ତି ତେବେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୮୬କୁ ଖସି ଆସିବ। ଏ କ୍ଷେତ୍ରରେ ବିଜେପି ପାଖରେ ୩ ଜଣ ଆରଏଲପି ବିଧାୟକଙ୍କ ସମେତ ଅନ୍ୟ ୪ ଜଣଙ୍କ ସମର୍ଥନ ଯଦି ମିଳେ ତେବେ ସଂଖ୍ୟା ୭୯ରେ ପହଞ୍ଚିବ। କଂଗ୍ରେସ ପାଖରେ ୯୪ ସିଟ୍ ରହିବ।

-Odishatv

Tags
BJP
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031