Indus Valley Times

ବିଜେପି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ, ଗିରଫଦାରି ନେଇ ସସପେନ୍ସ ଜାରି

 Breaking News

ବିଜେପି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ, ଗିରଫଦାରି ନେଇ ସସପେନ୍ସ ଜାରି

ବିଜେପି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ, ଗିରଫଦାରି ନେଇ ସସପେନ୍ସ ଜାରି
July 02
21:28 2025

ଭୁବନେଶ୍ୱର, ୨/୭: ରାଜ୍ୟ ଓଏଏସ୍ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ି ମାରିବା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବି ଜୋର୍ ଧରିଛି । ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ କହିଛି ସଂଘ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବୈଠକରେ ପାରିତ ହୋଇଛି ।
ସେହିପରି ବୈଠକରେ ଆକ୍ରମଣ ଘଟଣାକୁ ବାଦ ଦେଇ ଅନ୍ୟାନ୍ୟ ଦାବି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟରତ ଓଏଏସ୍ ଅଧିକାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମଧ୍ୟ ଦାବି ପତ୍ରରେ କୁହାଯାଇଛି । ଦାବି ପୂରଣ ନ ହେବା ଯାଏ ଓଏଏସ୍ ଅଧିକାରୀ ସମୂହ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି । ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେବେ ବୋଲି ସଂଘ ଆଶାବ୍ୟକ୍ତ କରିଛି ।
ସେପଟେ ସଂଘର ସ୍ୱରରେ ସ୍ୱର ମିଳାଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଦାବିକୁ ସମର୍ଥନ କରିଛନ୍ତି ମେୟର । ମେୟର କହିଛନ୍ତି ଏଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ । ତେଣୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ଆଉ ନେବେ ନାହିଁ ।
ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । କିନ୍ତୁ ଓଏଏସ୍ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି । ମେୟର ସମୂହ ଛୁଟି ସମର୍ଥନ କରିବା ସହ ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ମୁଖ୍ୟ ଅଭିଯୁକ୍ତ ନ ଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ । କମିଶନର ନିଜେ କହିଛନ୍ତି ଆଇନର ଊର୍ଦ୍ଧ୍ୱରେ କେହି ନୁହଁନ୍ତି କହିଛନ୍ତି ମେୟର ସୁଲୋଚନା ଦାସ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031