Indus Valley Times

ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା

 Breaking News

ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା

ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା
March 26
19:08 2023

ଭୁବନେଶ୍ବର,୨୬/୩: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମହୋନ ସାମଲଙ୍କୁ ରବିବାର ଅପରାହ୍ଣରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ପକ୍ଷରୁ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀମାନେ ନୂତନ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି।
ଶ୍ରୀ ସାମଲଙ୍କୁ ସ୍ୱାଗତ ପାଇଁ ଭୁବନେଶ୍ବରରେ ବିଜେପି ବିଶାଳ ରାଲିର ଆୟୋଜନ କରିଥିଲା। ସ୍ବାଗତ ସମ୍ବର୍ଦ୍ଧନା ପୂର୍ବରୁ ଶହ ଶହ କର୍ମୀ ଓ ନେତୃମଣ୍ଡଳୀ ରାମ ମନ୍ଦିର ଛକରେ ଏକତ୍ରିତ ହେଇଥିଲେ। ପୂର୍ବରୁ ଭଦ୍ରକରୁ ଆସିବା ବାଟରେ ପାଣିକୋଇଲି, କଟକ ଓ ଅନ୍ୟସ୍ଥାନରେ ତାଙ୍କୁ ଦଳୀୟ କର୍ମୀମାନେ ବିପୁଳ ସ୍ବାଗତ ଜଣାଇଥିଲେ।
ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031