Indus Valley Times

ବିଜେପି ସରକାରର ପ୍ରତିଶୋଧ ରାଜନୀତି ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ, ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ

 Breaking News

ବିଜେପି ସରକାରର ପ୍ରତିଶୋଧ ରାଜନୀତି ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ, ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ

July 22
20:14 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୨/୭: କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ୍ ହେରାଲ୍ଡ ଖବରକାଗଜର ସ୍ଥାବର ସମ୍ପତ୍ତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ସମନ କରାଇବା, ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଛକଠାରେ ବିକ୍ଷୋଭ ପ୍ରତିବାଦ ସଭାରେ ମୋଦିଙ୍କ ଏକଛତ୍ରବାଦ ନୀତି ଏବଂ ବିରୋଧୀ ନେତାଙ୍କ ଉପରେ ପ୍ରତିଶୋଧ ରାଜନିତୀ କୁ ତିବ୍ର ନିନ୍ଦା କରାଯାଇଛି।
ଦେଶବ୍ୟାପୀ ବିରୋଧୀ ଦଳ ପ୍ରମୁଖ ନେତାଙ୍କ ମୁହ ବନ୍ଦ କରିବା ପାଇଁ ଇଡି, ସିବିଆଇ, ଆଇଟି କୁ ଲଗାଇ ସେମାନଙ୍କ ବିରେଧରେ ହୀନ ରାଜନିତୀ କରୁଛି ବିଜେପି ବୋଲି କୁହାଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ଦେଶର ଆର୍ଥିକ ଦୁସ୍ଥିତି, ପ୍ରତି ଡଲାର ଅପେକ୍ଷା ଟଙ୍କାର ବିନିମୟ ମୁଲ୍ୟ ହ୍ରାସ ପାଇ ଏକ ଡଲାର ର ଭାରତୀୟ ମୁଦ୍ରାର ୮୦ ଟଙ୍କା ପହଞ୍ଚିଥିବା ବେଳେ, ବିଦେଶରେ କଳାଟଙ୍କା ଦୁଇଗୁଣା ବୃଦ୍ଧି ପାଇ ନିତ୍ୟ ବ୍ୟବହାର‌୍ୟ୍ୟ ସାମଗ୍ରୀ ସହ ପେଟ୍ରୋଲ, ଡିଜେଲ ଗ୍ୟାସ ଦରରେ ମାତ୍ରାଧିକ ବୃଦ୍ଧି ହେତୁ ସାରା ଦେଶବାସୀ ଚିନ୍ତାରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସବୁକୁ ନଜର ଅନ୍ଦାଜ କରି ତାଙ୍କର ଏକଛତ୍ରବାଦ ରାଜନିତୀ ବିରୁଦ୍ଧରେ ଆଜି ଗର୍ଜିଛି କଂଗ୍ରେସ।
ବର୍ଷକୁ ଦୁଇକୋଟି ଚାକିରି ଦେବେ କହି ଦିଲ୍ଲୀରେ ସରକାରକୁ ଆସିଥିବା ବିଜେପି ଦଳ ୧୮ବର୍ଷ ଶାସନରେ ମାତ୍ର ୧୦ଲକ୍ଷ ନିଯୁକ୍ତି ସ୍ରୁଷ୍ଟି କରିଛି। ଏପଟେ ନବୀନ ପଟ୍ଟନାୟକ ସରକାର ଚିଟଫଣ୍ଡ,ଖଣି, କୋଇଲା ଦୁର୍ନିତୀରେ ଛନ୍ଦି ହୋଇ ଇଡି, ସିବିଆଇ ର ଗିରଫଦାରୀ ଆଶଙ୍କାରେ ବିଜେପି ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁସମର୍ଥନ ଘୋଷଣା କରି ବିଜେଡିର ସମଦୂରତ୍ୱ ପ୍ରସଙ୍ଗ ବିଜେପି ଗର୍ଭରେ ଲୀନ ହୋଇଗଲା ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ କହିଛନ୍ତି।
ଆଜିର ପ୍ରତିବାଦ ସଭାରେ ବରିଷ୍ଠ ନେତା ସୁକାନ୍ତ ଶତପଥୀ, ଶ୍ରମିକ କଂଗ୍ରେସ ନେତା ଆଲୋକ ପ୍ରଧାନ, ଦଶପଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ ମହାଳିକ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଜ୍ୟୋତି ରଞ୍ଜନ ଦାଶ, ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ, ଯୁବ କଂଗ୍ରେସ କାର‌୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ମିର୍ ଅବୁବକର୍ ସିଦିକ୍, ରାଜ୍ୟ ଯୁବ କଂଗ୍ରେସ ସଂପାଦକ ଆଦିତ୍ୟ ପ୍ରସାଦ ପରିଡା, ରାଜ୍ୟ ଛାତ୍ର କଂଗ୍ରେସ ସଂପାଦକ ଅକ୍ଷୟ କୁମାର ମଲ୍ଲ, ଜିଲ୍ଲା ସେବାଦଳ ସଂପାଦକ ବିମଳ ଦାଶ, ନୂଆଗାଁ ବ୍ଳକ କଂଗ୍ରେସ ସଭାପତି ଅଶୋକ ନାୟକ, ଗଣିଆ ବ୍ଳକ ସଭାପତି କାଶୀନାଥ ନାୟକ, କଂଗ୍ରେସ ନେତା ରବିନ୍ଦ୍ର କୁମାର ରଥ, ମଦନ ମୋହନ ବିଶୋଇ, ଭଗବାନ ମଳିକ, ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ରାଜନୈତିକ ଅସହିଷ୍ଣୁତା ର ମୁଖ୍ୟ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କୁଶପୁତଳିକା କଂଗ୍ରେସ କର୍ମୀମାନେ ଦାହ କରି ମୋଦି ବିରୋଧୀ ନାରାବାଜି କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031