Indus Valley Times

ବିଡ଼ିଓଙ୍କ ବଦଳି ଦାବିରେ କୋଇଡା ବନ୍ଦ, ରାସ୍ତାକଡ଼ରେ ଅଟକି ରହିଛି ଶହ ଶହ ଗାଡି

 Breaking News

ବିଡ଼ିଓଙ୍କ ବଦଳି ଦାବିରେ କୋଇଡା ବନ୍ଦ, ରାସ୍ତାକଡ଼ରେ ଅଟକି ରହିଛି ଶହ ଶହ ଗାଡି

ବିଡ଼ିଓଙ୍କ ବଦଳି ଦାବିରେ କୋଇଡା ବନ୍ଦ, ରାସ୍ତାକଡ଼ରେ ଅଟକି ରହିଛି ଶହ ଶହ ଗାଡି
March 21
11:29 2023

କୋଇଡ଼ା,୨୧/୩: ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବିରେ ଆଜି ସିପିଆଇ (ଏମ୍) ପକ୍ଷରୁ ୧୨ ଘଣ୍ଟିଆ କୋଇଡ଼ା ବନ୍ଦ ପାଳନ ହେଉଛି। ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଦଳର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ଘଟିକା ପର‌୍ୟ୍ୟନ୍ତ କୋଇଡ଼ା ବନ୍ଦ ପାଳନ କରୁଛି ସିପିଆଇଏମ୍ ।
୧୨ ଘଣ୍ଟିଆ କୋଇଡ଼ା ବନ୍ଦ ପ୍ରଭାବରେ ବ୍ଲକରେ ଥିବା ସମସ୍ତ ଖଣିରୁ ପରିବହନ ବନ୍ଦ ରହିଛି। ଦୋକାନବଜାର ବି ବନ୍ଦ ରହିଛି। ଏହାଛଡ଼ା ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଓ ଜାତୀୟ ରାଜପଥ ବନ୍ଦ ରଖିବାକୁ ସିପିଆଇଏମ୍ ପକ୍ଷରୁ କୁହାଯାଇଛି। ତେବେ ଜରୁରୀକାଳୀନ ସେବା, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବସ୍ ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି।ଇୟଗ୍ଦ
ସୂଚନାଯୋଗ୍ୟ, ଗତ ୮ ଦିନ ହେବ ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବି କରାଯାଉଥିବା ବେଳେ ଏହାକୁ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜଙ୍କୁ ନେଇ ଗୁରୁବାର ଦିନ ବିଧାନସଭା ସରଗରମ ହୋଇଥିଲା। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କୋଇଡ଼ା ବିଡିଓଙ୍କ କାର୍ଯ୍ୟକଳାପକୁ ନେଇ ତାଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ସେହି ବିଡିଓ ସେଠାରେ ତିନି ବର୍ଷରୁ ଅଧିକ ସମୟ ହେଲା ରହିଲେଣି। ତାଙ୍କ ବଦଳି ହେଲେ ବି ତାହା ପରେ ବାତିଲ ହୋଇଯାଉଛି। ସେ ଅଫିସ୍ ଯାଉ ନାହାନ୍ତି। ଜନପ୍ରତନିଧିଙ୍କୁ ଖରାପ ବ୍ୟବହାର କରୁଛନ୍ତି। ସେଠାରେ ବିନା ପିସିରେ କିଛି କାମ ହେଉନି। ଏବେ ଓଡ଼ିଶାରେ ଯେଉଁ ବ୍ଲକ୍କୁ ଯିବ ସେଠାରେ ପିସି କାରବାର ଜୋର୍ ଚାଲିଛି। ଏପରିକି ୨୨% ପର‌୍ୟ୍ୟନ୍ତ ପିସି ଦିଆଯାଉଛି। କୋଇଡ଼ାରେ ଏହି ବିଡିଓଙ୍କୁ ନେଇ ଜନ ଅସନ୍ତୋଷ ଜୋର୍ ଥିଲା ବେଳେ ତାଙ୍କୁ ସୁରକ୍ଷା କିଏ ଦେଇଛି? ଏହି ବିଡିଓ ଜଣେ ଛୋଟ ଅଧିକାରୀ।
ମୁଁ ଏମିତି ଅଧିକାରୀଙ୍କ ବିଷୟରେ କେବେ କୁହେନି। କିନ୍ତୁ ବିଧାୟକ ଶ୍ରୀ ମୁଣ୍ଡାଙ୍କ ଅଭିଯୋଗ ପଢ଼ିଲା ପରେ ଏହା ଅତି ସଙ୍ଗୀନ୍ ବିଷୟ ବୋଲି ହୃଦ୍ବୋଧ ହେଲା। ତେଣୁ ଏହି ପ୍ରସଙ୍ଗକୁ ମୁଁ ଏଠାରେ ଉତ୍ଥାପନ କଲି। ପ୍ରସଙ୍ଗଟିକୁ ବାଚସ୍ପତି ବିଧାନସଭାର ଏଥିକ୍ସ କମିଟିକୁ ପଠାନ୍ତୁ। ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବାକୁ ବାଚସ୍ପତି ପଦକ୍ଷେପ ନିଅନ୍ତୁ।
ଏଣେ ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଥିଲେ, କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ୍ ପୂର୍ବରୁ ଲେଫ୍ରିପଡ଼ା ବ୍ଲକ୍ରେ ଥିଲେ। ତାଙ୍କ ନାମରେ ପାଇଖାନା ଦୁର୍ନୀତିର ଅଭିଯୋଗ ଆସିଥିଲା। ୨୦୧୯ ମସିହାରେ ତାଙ୍କୁ କୋଇଡ଼ା ବଦଳି କରାଯାଇଥିଲା। ଏଠାରେ ସେ ମନମୁଖୀ କାର‌୍ୟ୍ୟ କରୁଛନ୍ତି। ଲୋକପ୍ରତିନିଧିଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି। ବ୍ଲକ୍ରେ ସବୁ କାମ ଅଧୁରା ହୋଇପଡ଼ିଛି। କହିଲେ ବି ବିଡିଓ ଶୁଣୁ ନାହାନ୍ତି। ନିଜ ମା’, ଭାଇଙ୍କ ନାଁରେ ଠିକା କାମ ନେଇ କରୁଛନ୍ତି। ନିଜ ଘରେ ଥାଇ ଅଫିସ୍ ଚଳାଉଛନ୍ତି। ବ୍ଲକ୍ରେ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କଲେଣି। ସରପଞ୍ଚମାନେ ଧାରଣାରେ ବସିଛନ୍ତି। ତାଙ୍କୁ ତୁରନ୍ତ ସେଠାରୁ ବଦଳି କରିବାକୁ ଶ୍ରୀ ମୁଣ୍ଡା ଦାବି କରିଥିଲେ।ସରକାର ଏହି ଅଭିଯୋଗ ଉପରେ ନଜର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031