Indus Valley Times

ବିଦ୍ୟାଳୟ ଉଛେଦକୁ ଗ୍ରାମବାସୀଙ୍କ ବିରୋଧ: ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

 Breaking News

ବିଦ୍ୟାଳୟ ଉଛେଦକୁ ଗ୍ରାମବାସୀଙ୍କ ବିରୋଧ: ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ବିଦ୍ୟାଳୟ ଉଛେଦକୁ ଗ୍ରାମବାସୀଙ୍କ ବିରୋଧ: ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
April 12
09:49 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୨/୪: ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍ ଉପସ୍ଥାପନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି । ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି । ବର୍ତ୍ତମାନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।
ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରାଯାଇଥିବା ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ସେନାପଡ଼ି ଓ ଚିଙ୍ଗିରି ଗାଁ, ଏହି ଦୁଇଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଚାଲୁ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ, ଜନ ପ୍ରତିନିଧି ଓ ଅଞ୍ଚଳବାସୀ ।
ଏହି ଦୁଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନଦୀ,ନାଳ,ବଣ ଜଙ୍ଗଲ, ଘାଟି ରାସ୍ତା ଦେଇ ୪/୫ କିଲୋମିଟର ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ସ୍ଥାନାନ୍ତର କରାଯାଇଥିବା ବିଦ୍ୟାଳୟକୁ ଯାଇ ସେଠାରେ ପାଠ ପଢ଼ିବା ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ବୋଲି କହିଛନ୍ତି ଅଭିଭାବକ ଓ ଅଞ୍ଚଳବାସୀ ।
ପୂର୍ବରୁ ଏନେଇ ବାରମ୍ବାର ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିପାରି ନାହିଁ । ଏଣୁ ମଙ୍ଗଳବାରଦିନ ସମସ୍ତେ ଏକାଠି ହୋଇ ବାଲିଗୁଡ଼ା ସଭାଗୃହ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପହଁଚି ଗଣ ଶିକ୍ଷାମନ୍ତ୍ରୀ ସମିର ରଞ୍ଜନ ଦାସଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସମୁହ ଗ୍ରାମବାସୀ ।
ଏଥିରେ ମିଡିଆକିଆ ସରପଞ୍ଚ ଅଶୋକ ମଲ୍ଲିକ, ସମିତି ସଭ୍ୟ ଜାନକୀ କହଁର, ସମାଜ ସେବୀ ତଥା ଓ୍ବାର୍ଡ ମେମ୍ବର ଉପଦେଷ୍ଟା ପରମାନନ୍ଦ ନାୟକ, ବ୍ଲକ୍ ସମ୍ପାଦକ ସ୍ବାଧିନ ଦିଗାଳଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳ ବାସି ସାମିଲ ହୋଇଥିବା ବେଳେ ଆଗାମୀ ପାଞ୍ଚଦିନ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ନିଜ ହକ୍ ପାଇବାପାଇଁ ପୁଣି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ସମୁହ ଗ୍ରାମବାସୀ । କୋମଳମତି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ବୋଲି ମତ ପ୍ରକାଶ ପାଇଛି ।
ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସହ ସହଯୋଗୀ କାର୍ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡ଼ା,୧୨/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୧୭୫କେଜି ୬୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍ କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ ।
ଘଟଣାରେ ସଂପୃକ୍ତ ତିନିଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଗଞ୍ଜେଇ ଭର୍ତ୍ତି ଟ୍ରକ୍ ନଂ.ଜେଏଚ-୦୯-ବିବି- ୭୨୮୧ ଟି ଦୃତ ଗତିରେ ଯାଉଥିବା ବେଳେ ମହାସିଙ୍ଗି ଗାଁ ନିକଟସ୍ଥ ଖଡ଼ଗ ନଦୀ ନିକଟରେ ଟ୍ରକ ଟିକୁ କାବୁ କରିଥିବା ବେଳେ ସହଯୋଗୀ ଫର୍ଡ ଆଇକନ୍ କାର ନଂ. ଓଆର -୦୧-ଆର-୨୬୬୨ କୁ ମଧ୍ୟ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ସେଥିରୁ ୧୭୫ କେଜି ୬୦୦ ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ କରିବା ସହ ତିନିଜଣ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ ।
ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ହେଉଥିବା ବେଳେ ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031