Indus Valley Times

ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପଞ୍ଚାୟତ ବାସୀଙ୍କୁ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ବିଭିନ୍ନ ସାମଗ୍ରୀ ବଣ୍ଟନ

 Breaking News

ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପଞ୍ଚାୟତ ବାସୀଙ୍କୁ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ବିଭିନ୍ନ ସାମଗ୍ରୀ ବଣ୍ଟନ

ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପଞ୍ଚାୟତ ବାସୀଙ୍କୁ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ବିଭିନ୍ନ ସାମଗ୍ରୀ ବଣ୍ଟନ
November 01
20:23 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧/୧୧:ମାନବିକ ସିଭିକ୍ ଆକ୍ସନ୍ କାର୍ଯ୍ୟକ୍ରମ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ଆୟୋଜିତ ଆଣ୍ଟି ନକ୍ସଲ ଡ୍ୟୁଟିରେ ଥିବା ୧୨୭ ବାଟାଲିୟନ ତରଫରୁ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଧୀନ ବାଲନ୍ଦାପଡା ଠାରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପଞ୍ଚାୟତ ବାସୀଙ୍କୁ ସିଆରପିଏଫ ବାଟାଲିୟନ ତରଫରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିୟନ କମାଡେଣ୍ଟ ତଥା ଏହି କାର୍ଯ୍ୟକ୍ରମର ଆୟୋଜକ ଆନନ୍ଦ ଝା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପ୍ରକାଶ ଚୌବେ ଓ ପ୍ରଦୀପ ଭି.କେ. ପ୍ରମୁଖଙ୍କ ଉପସ୍ଥିତିରେ ଏକ ରଙ୍ଗୀନ କାର୍ଯ୍ୟକ୍ରମରେ ଭଲିବଲ ଏବଂ ଭଲିବଲ୍ ନେଟ, ଫୁଟବଲ ହ୍ୟାଣ୍ଡବଲ୍, ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ଏବଂ ରୋଷଇ ଉପକରଣ ଯଥା ଆଲୁମିନିୟମ୍ କାଦାହୀ, ଷ୍ଟିଲ୍ ପଟିଲା , ଷ୍ଟିଲ୍ କରଚି, ଷ୍ଟିଲ୍ ଫ୍ରାଏଙ୍ଗ୍ ପ୍ୟାନ୍, ସର୍ଭିସ ଚାମଚ, ଏବଂ ଷ୍ଟିଲ୍ ଗ୍ଲାସ୍ ଏବଂ ଷ୍ଟିଲ୍ ପ୍ଲେଟ୍ ପ୍ରତ୍ୟେକ ପରିବାରରେ ୪-୫ ଜଣଙ୍କୁ ନେଇ ଗଠିତ ଏବଂ ଗ୍ରାମ ବାପୁଙ୍ଗା ଗ୍ରାମପଞ୍ଚାୟତ ବାଲନ୍ଦାପଡା ର ଅଭାବୀ ଏବଂ ଗରିବ ପରିବାରକୁ ପ୍ରଦାନ କରାଯାଇଛି ।
ଏହି ମାନବିକ ସିଭିକ୍ ଆକ୍ସନ୍ କାର୍ଯ୍ୟକ୍ରମ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବାଲାନ୍ଦାପଡା ର ସରପଞ୍ଚ ନିରକାର ନାୟକ, ପିଏସର ବିଭିନ୍ନ ସଦସ୍ୟ, ବାଲନ୍ଦାପଡା ଏବଂ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଯୋଜନା ଅଧୀନରେ ସମୁଦାୟ ୨୦ ପରିବାର ଏବଂ ତିନୋଟି ବିଦ୍ୟାଳୟ ଉପକୃତ ହୋଇଥିଲେ । କମାଡେଣ୍ଟ ଶ୍ରୀ ଝା ନିଜ ବକ୍ତବ୍ୟରେ ଆଗାମୀ ଦିନରେଏଭଳି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ନିୟମିତ କରାଯିବ ବୋଲି ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031