Indus Valley Times

ବିଧାନସଭାରେ ଓଡ଼ିଆ ଅସ୍ମିତାକୁ ନେଇ ବିରୋଧୀ ଶାସକ ମୁହାଁମୁହିଁ; ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

 Breaking News

ବିଧାନସଭାରେ ଓଡ଼ିଆ ଅସ୍ମିତାକୁ ନେଇ ବିରୋଧୀ ଶାସକ ମୁହାଁମୁହିଁ; ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

February 14
19:28 2025

ଭୁବନେଶ୍ୱର,୧୪/୨: ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା କଳି। ଏପରି କିଛି ଦୃଶ୍ୟ ଥିଲା ଶୁକବ୍ରାର ବିଧାନସଭା ଅଧିବେଶନର।
ଆଜି ବିଧାନସଭାରେ ମୁହାଁମୁହିଁ ହେଳେ ବିଜେଡି ବିଧାୟକ ଅରୁଣ ସାହୁ ଆଉ ଭାଜପା ବିଧାୟକ ତଥା କ୍ରୀଡା-ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଅରୁଣ ସାହୁ ପଚାରିଲେ, ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ? ଏହାର ଉତ୍ତରରେ ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କଲେ ସୂରଜ ସୂର୍ଯ୍ୟବଂଶୀ ।
ଚଳିତ ନିର୍ବାଚନରେ ଅସ୍ମିତା ପ୍ରସଙ୍ଗ ଚର୍ଚ୍ଚାରେ ଥିବାବେଳେ ବିଜେଡି ବିଧାୟକଙ୍କ ଏହି ପ୍ରଶ୍ନ ଏବେ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। କାରଣ ଏହି ଅସ୍ମିତାକୁ ପ୍ରସଙ୍ଗ କରି ଭାଜପା ର୍ନିବାଚନ ଜିତି ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିଥିଲା ।
ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, କ୍ଟୟସବ ବଗ୍ଦଜ୍ଞସଗ୍ଧବ ର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି । ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ ବିଜେଡି ଯାଇଛି ।
ତେବେ ଆମେ ଓଡ଼ିଶା ଅସ୍ମିତାକୁ ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି । କ୍ଟୟସବ ବଗ୍ଦଜ୍ଞସଗ୍ଧବ ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ ।
ଏହା ପ୍ରତ୍ୟେକଟି ଓଡ଼ିଆ ଭାବାବେଗ ସହିତ ଜଡିତ । ତେଣୁ କ୍ଟୟସବ ବଗ୍ଦଜ୍ଞସଗ୍ଧବ କୁ କେବେ ବି ରାଜନୈତିକ ଅସ୍ତ୍ର ଭାବେ ଦେଖିବା ଉଚିତ ନୁହେଁ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031