Indus Valley Times

ବିଧାନସଭା ସମ୍ମୁଖରେ ହାଇଡ୍ରାମା; ମା’ ବେକରେ ଛୁରୀ ଲଗାଇ କଲା ଚିତ୍କାର ପୁଅ

 Breaking News

ବିଧାନସଭା ସମ୍ମୁଖରେ ହାଇଡ୍ରାମା; ମା’ ବେକରେ ଛୁରୀ ଲଗାଇ କଲା ଚିତ୍କାର ପୁଅ

October 01
13:32 2020

ଭୁବନେଶ୍ୱର,୧/୧୦: କୋଭିଡ କଟକଣା ଭିତରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାନସଭା ସମ୍ମୁଖରେ ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି।
ବିଧାନସଭା ସାମ୍ନା ପିଏମ୍ଜି ଛକରେ ଜଣେ ଯୁବକ ହଠାତ୍ ସେଠାରେ ନିଜ ମା’ଙ୍କ ସହ ପହଞ୍ଚିଥିଲେ। ଏହାପରେ ନିଜ ମା’ଙ୍କ ବେକରେ ଛୁରି ଲଗାଇ ଧମକ ଦେଲେ। କଣ ପାଇଁ ପୁଅ ଏହିଭଳି କାଣ୍ଡ କରିଛି ତାର କାରଣ ସ୍ପଷ୍ଟ ଭାବରେ ଜଣାପଡି ନାହିଁ । ଚିତ୍କାର କଲା ବେଳେ ରାଜ୍ୟର କିଛି ମନ୍ତ୍ରୀଙ୍କ ନାଁଁ ନେଇ ଚିତ୍କାର କରୁଥିଲା ।


। ବହୁ କଷ୍ଟରେ ପୁଅ କବଳରୁ ମା’କୁ ଉଦ୍ଧାର କରିଛି ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏଥି ସହ ଯୁବକଙ୍କୁ ମଧ୍ୟ ନିଜ ହେପାଜତକୁ ନେଇଛି ପୋଲିସ।
କିନ୍ତୁ ପ୍ରଶ୍ନ ଉଠୁଛି ବିଧାନସଭା ଚାଲିଥିବା ଯୋଗୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସତ୍ତ୍ୱେ ବିଧାନସଭା ସମ୍ମୁଖରେ ଜଣେ ଯୁବକଙ୍କ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି । ଯାହାକୁ ନେଇକି ସୁରକ୍ଷା ବ୍ୟବସ୍ଥା ଉ ପରେ ପ୍ରଶ୍ନଉଠୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031