Indus Valley Times

ବିଧାନସଭା ସମ୍ମୁଖରେ ହାଇଡ୍ରାମା: ୩ ଜଣ ଚାଷୀଙ୍କ ଆତ୍ମାହୂତି ଉଦ୍ୟମ

 Breaking News

ବିଧାନସଭା ସମ୍ମୁଖରେ ହାଇଡ୍ରାମା: ୩ ଜଣ ଚାଷୀଙ୍କ ଆତ୍ମାହୂତି ଉଦ୍ୟମ

November 27
17:52 2020

ଭୁୁବନେଶ୍ୱର,୨୭/୧୧: ବିଧାନସଭା ସମ୍ମୁଖରେ ଶୁକ୍ରବାର ଦିନ ପୁଣି ହାଇଡ୍ରାମା ଦେଖିବାକୁ ମିଳିଛି । ପରୀ’ଙ୍କ ବାପା-ମଆଙ୍କ ପରେ ବୁଧବାର ଦିନ ପୁଣି ଆଠଗଡ଼ର ତିନିଜଣ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରିନେଇଯାଇଥିଲେ।
ଆତ୍ମହତ୍ୟା କରିବାକୁ ଆସିଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଆମେ ଗରିବ ଲୋକ । ଚାଷ କଲେ ଚଳୁଛୁ। ଆମ ନାମରେ ଲକ୍ଷ ଲକ୍ଷ ଟଙ୍କା ଋଣ ନିଆଯାଇଛି। ଆମେ ଋଣ କରି ନ ଥିଲେ ବି ଆମମାନଙ୍କ ନାମରେ ଟଙ୍କା ଉଠାଯାଇଛି। ଆମମାନଙ୍କ ନାମରେ କେତେ ଟଙ୍କା ଋଣ ନିଆଯାଇଛି ତାହାର କୌଣସି ହିସାବ ଦିଆଯାଉ ନାହିଁ। ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଥିବାରୁ ତାହା ଶୁଝିବୁ କିପରି? ତେଣୁ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ବିଧାନସଭା ଆଗରେ ଆତ୍ମହତ୍ୟା କରିବାକୁ ଆସିଛୁ। ଆମେ ଋଣ ନେଇନାହୁଁ, କିନ୍ତୁ କାହିଁକି ଋଣ ଶୁଝିବୁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସଂକ୍ରାନ୍ତରେ କୃଷି ମନ୍ତ୍ରୀ ପ୍ରତିକ୍ରିୟା ରଖନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031