Indus Valley Times

ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗ: ଫରେଷ୍ଟର ବିପିନ କୁମାର ହରିଜନ ସସ୍ପେଣ୍ଡ

 Breaking News

ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗ: ଫରେଷ୍ଟର ବିପିନ କୁମାର ହରିଜନ ସସ୍ପେଣ୍ଡ

ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗ: ଫରେଷ୍ଟର ବିପିନ କୁମାର ହରିଜନ ସସ୍ପେଣ୍ଡ
September 19
11:54 2026

ନବରଙ୍ଗପୁର/ ଓଡ଼ିଶା, ୧୯/୯ : ଗଛକାଟି ଫରେଷ୍ଟର ନିଲମ୍ବିତ । ବିନା ଅନୁମତିରେ ବେଆଇନ ଭାବେ ଗଛ କାଟିବା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଓଡ଼ିଶାର ନବରଙ୍ଗପୁର ଡିଏଫ୍ଓ (DFO) ଉଦୟନ ସୁବୁଦ୍ଧି ଜଣେ ଫରେଷ୍ଟରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
ନିଲମ୍ବିତ ହୋଇଥିବା ଅଧିକାରୀ ଜଣକ ହେଉଛନ୍ତି ନବରଙ୍ଗପୁର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନ।
ସୂଚନା ଅନୁଯାୟୀ ଫରେଷ୍ଟର ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ କାର‌୍ୟ୍ୟରତ ଥିବା ବେଳେ ଦେଓବନ୍ଧରୁ ଜାମାଦରପଡ଼ା ରାସ୍ତାରେ ଥିବା ୟୁକାଲିପ୍ଟସ୍ ବା ନୀଳଗିରି ଗଛ ବିନା ଅନୁମତିରେ କାଟିବା ନେଇ ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଆର୍ଥିକ କାରବାରରେ ଅନିୟମିତତା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା।
ଏନେଇ ଅଗଷ୍ଟ ୧ ତାରିଖରେ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।
ତେବେ କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ରୁଲ୍ସ, ୧୯୬୨ ଅନୁଯାୟୀ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ସ୍ଥିର କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930