Indus Valley Times

ବିନା ଭକ୍ତରେ ହେବ ପାର୍ବଣ ପୂଜା: ୪ ମାସ ପାଇଁ ଆସିଲା ଗାଇଡଲାଇନ୍‌

 Breaking News

ବିନା ଭକ୍ତରେ ହେବ ପାର୍ବଣ ପୂଜା: ୪ ମାସ ପାଇଁ ଆସିଲା ଗାଇଡଲାଇନ୍‌

August 09
16:47 2021

ଭୁବନେଶ୍ୱର ୯/୮ : ବିନା ଭକ୍ତରେ ହେବ ପାର୍ବଣ ପୂଜା । ପାର୍ବଣ ପାଇଁ ଆସିଲା ଗାଇଡ଼ଲାଇନ୍ । ରାଜ୍ୟରେ ଅଗଷ୍ଟରୁ ନଭେମ୍ବର ଯାଏଁ ହେବାକୁ ଥିବା ସମସ୍ତ ପର୍ବ ପାଇଁ ଆସିଲା ଗାଇଡ଼ଲାଇନ୍ । ବିନା ଭକ୍ତରେ କେବଳ ରୀତିନୀତିରେ ପାଳନ ହେବ ସାମୂହିକ ପୂଜା ପାର୍ବଣ ।
ପର୍ବପର୍ବାଣୀରେ ଠାକୁରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ସ୍କୁଲରେ କମ୍ ସଂଖ୍ୟକ ପିଲାଙ୍କୁ ନେଇ ପୂଜାର୍ଚ୍ଚନା କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଖବର ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣ ଏବେ କମିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଏବେ ଲକ୍ଡାଉନ କଟକଣାକୁ କୋହଳ କରିଛନ୍ତି । କିନ୍ତୁ କରୋନାର ୩ୟ ଲହରକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ କୋହଳ ହୋଇଥିବା ବି କୋଭିଡ଼ କଟକଣାକୁ ମାନିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଉଛି ।
ଏହିପ୍ରରିପେକ୍ଷୀରେ ରାଜ୍ୟରେ ଅଗଷ୍ଟ ମାସରୁ ନଭେମ୍ବର ପର‌୍ୟ୍ୟନ୍ତ ଅନେକ ପର୍ବପର୍ବଣା ଆସିଥାଏ । ତେଣୁ ଏହି ଲୋକ ଏକାଠି ହୋଇଥାନ୍ତି। ଯାହାଫଳରେ ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ । କରୋନା ସଂକ୍ରମଣ ଯେପରି ଅଧିକ ଭୟାବହତା ନୁହେଁ, ସେଥିଲାଗି ରାଜ୍ୟ ସରକାର ଆଗାମୀ ପାର୍ବଣ ପାଇଁ ଗାଇଡ଼ଲାଇନ୍ ଜାରି କରିଛନ୍ତି ।
ରାଜ୍ୟରେ ନଭେମ୍ବର ଯାଏଁ ହେବାକୁ ଥିବା ସମସ୍ତ ପର୍ବପର୍ବାଣୀ ଉପରେ କଠୋର କଟକଣା ଲଗାଇଛନ୍ତି । ଖାସ୍ କରି ଆଗାମୀ ଦିନର ହେବାକୁ ଥିବା ପୂଜାରେ ଭକ୍ତର ପ୍ରବେଶ ଉପରେ ରୋକ ଲଗାଯାଇଛି ।
ବିନା ଭକ୍ତରେ କେବଳ ରୀତିନୀତିରେ ପାଳନ ହେବ ସାମୂହିକ ପୂଜା ପାର୍ବଣ । ପର୍ବ ପର୍ବାଣୀରେ ଠାକୁରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ସେହିପରି ସ୍କୁଲରେ କମ୍ ସଂଖ୍ୟକ ପିଲାଙ୍କୁ ନେଇ ପୂଜାର୍ଚ୍ଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଭକ୍ତ ନ ଦେଖିଲା ଭଳି ମୂର୍ତ୍ତିକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ୍ରୁ ଅଧିକ ରହିବ ନାହିଁ । ମୂର୍ତ୍ତି ଭସାଣ ବେଳେ ଶୋଭାଯାତ୍ରା ହୋଇପାରିବନାହିଁ । ପୂଜା ବେଳେ ମଣ୍ଡପରେ ୭ ଜଣରୁ ଅଧିକ ରହିବା ମନା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031