Indus Valley Times

ବିପଜ୍ଜନକ ମାଲ୍ ନେଇ ପାକିସ୍ତାନରୁ ଚୀନ୍ ଯାଉଥିବା ପଣ୍ୟବାହୀ ପୋତ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ

 Breaking News

ବିପଜ୍ଜନକ ମାଲ୍ ନେଇ ପାକିସ୍ତାନରୁ ଚୀନ୍ ଯାଉଥିବା ପଣ୍ୟବାହୀ ପୋତ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ

ବିପଜ୍ଜନକ ମାଲ୍ ନେଇ ପାକିସ୍ତାନରୁ ଚୀନ୍ ଯାଉଥିବା ପଣ୍ୟବାହୀ ପୋତ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ
November 20
08:22 2021

ନୂଆଦିଲ୍ଲୀ,୨୦/୧୧: ପାକିସ୍ତାନରୁ ତେଜଷ୍କ୍ରିୟ ସାମଗ୍ରୀ ନେଇ ଚୀନ୍ ଅଭିମୁଖେ ଯାଉଥିବା ଗୋଟାଏ ପଣ୍ୟବାହୀ ପୋତକୁ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ କରାଯାଇଥିବା କଥା ଶୁକ୍ରବାର ଦିନ ଭାରତୀୟ ସରକାରୀ ଅଧିକାରୀମାନେ କହିଛନ୍ତି।
ଆଦାନୀ ବନ୍ଦର ରିଲିଜ୍ କରିଥିବା ବିବୃତି ଅନୁସାରେ, ‘ଅଘୋଷିତ ବିପଜ୍ଜନକ ମାଲ୍’ ରହିଥିବା ସନ୍ଦେହ କରି କେତେଗୁଡ଼ିଏ ବାକ୍ସରେ ଭର୍ତ୍ତି ହୋଇଥିବା ଏହି ପଣ୍ୟଗୁଡ଼ିକୁ ‘କଷ୍ଟମ୍ସ୍’ ଓ ‘ଡିଆର୍ଆଇ’ ଟିମ୍ ମିଳିତ ଭାବେ ଗୋଟାଏ ବିଦେଶୀ ପୋତରୁ ଜବତ କରିଛନ୍ତି। ସୂଚନାଯୋଗ୍ୟ, ମୁନ୍ଦ୍ରା ବନ୍ଦରକୁ ଆଦାନୀ ବନ୍ଦର ଏବଂ ‘ଏସ୍ଇଜେଡ୍’ ପରିଚାଳନା କରୁଛନ୍ତି।
ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ପଣ୍ୟ ସାମଗ୍ରୀଗୁଡ଼ିକ ‘ଅଣ ବିପଜ୍ଜନକ’ ବୋଲି ତାଲିକାଭୁକ୍ତ ହୋଇଥିଲେ ବି ଜବତ ପଣ୍ୟ ଦ୍ରବ୍ୟଗୁଡ଼ିକ ‘ବିପଜ୍ଜପକ ଶ୍ରେଣୀ-୭’ ଚିହ୍ନିତ ହୋଇଛି। ଯାହା ତେଜଷ୍କ୍ରିୟ ସାମଗ୍ରୀକୁ ସୂଚାଏ।
ବିବୃତିରେ ଆହୁରି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ, ଉକ୍ତ ପଣ୍ୟଦ୍ରବ୍ୟ ଭରା ବାକ୍ସଗୁଡ଼ିକ ମୁନ୍ଦ୍ରା ବନ୍ଦର କିଂବା ଅନ୍ୟ କୌଣସି ଭାରତୀୟ ବନ୍ଦରକୁ ଆସି ନ ଥିଲା। ପୋତଟି ପାକିସ୍ତାନର କରାଚିରୁ ଚୀନ୍ର ସଙ୍ଘାଇ ଅଭିମୁଖେ ଯାଉଥିଲା।
ଅଧିକ ତଦନ୍ତ ନିମନ୍ତେ ଭାରତୀୟ ସରକାରୀ ଅଧିକାରୀମାନେ ମୁନ୍ଦ୍ରା ବନ୍ଦରରେ ଉକ୍ତ ପୋତରୁ ମାଲ୍ ସବୁ ଖଲାସ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031