Indus Valley Times

ବିପଦରେ ରୋଗୀଙ୍କ ଜୀବନ: ୪ କମ୍ପାନୀକୁ କଳା ତାଲିକାଭୁକ୍ତ କଲେ ରାଜ୍ୟ ସରକାର

 Breaking News

ବିପଦରେ ରୋଗୀଙ୍କ ଜୀବନ: ୪ କମ୍ପାନୀକୁ କଳା ତାଲିକାଭୁକ୍ତ କଲେ ରାଜ୍ୟ ସରକାର

ବିପଦରେ ରୋଗୀଙ୍କ ଜୀବନ: ୪ କମ୍ପାନୀକୁ କଳା ତାଲିକାଭୁକ୍ତ କଲେ ରାଜ୍ୟ ସରକାର
March 10
19:12 2025

ଭୁବନେଶ୍ୱର, ୧୦/୩ : ରାଜ୍ୟରେ ବୃଦ୍ଧି ପାଇଛି ନକଲି ଔଷଧ କାରବାର । ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି । ଗତ ୩ ବର୍ଷ ଭିତରେ ୪ ସଂସ୍ଥାକୁ ତାଲିକାଭୁକ୍ତ କରିଛନ୍ତି ସରକାର ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି । ବିଜେପି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ଟି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି ।
ଗତ ୩ ବର୍ଷ ମଧ୍ୟରେ ୪ଟି ଯୋଗାଣକାରୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି । ଯେଉଁଥିରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଏବଂ ହାଇଦ୍ରାବାଦ ଭଳି ଅନ୍ୟ ସ୍ଥାନରୁ ନକଲି ଔଷଧ ଯୋଗାଣ କରାଯାଇଥିଲା।
୨୦୨୨-୨୩ ଆର୍ଥିକ ବର୍ଷରେ ଜିଙ୍କ ସଲଫେଟ୍, ସୋଡିୟମ୍ ଲାକ୍ଟେଟ୍ ସମେତ ମୋଟ ୪୫ଟି ଟାବଲେଟ୍ ଏବଂ ରିଙ୍ଗର୍ସ ଲାକ୍ଟେଟ୍ ନିମ୍ନମାନର ଘୋଷଣା କରାଯାଇଥିଲା, ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ଟି ଔଷଧ ନକଲି ହୋଇଥିବା ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬ଟି ନକଲି ଔଷଧ ନକଲି ମିଳିଥିବା କହିଛନ୍ତି।
ଏପର‌୍ୟ୍ୟନ୍ତ ଏଥିରେ ୪ଟି ଯୋଗାଣକାରୀ ସଂସ୍ଥାକୁ କଲା ତାଲିକାଭୁକ୍ତ କରାଯାଉଥିବା ବେଳେ ତାହା ମଧ୍ୟରେ କୋଲକାତାର ଏଲଏ କେମିକୋ ପ୍ରାଇଭେଟ୍ ଲିମିଟେଡ୍, ଉତ୍ତର ପ୍ରଦେଶର ସ୍ୱରୂପ ଫାର୍ମାସ୍ୟୁଟିକାଲ ପ୍ରାଇଭେଟ ଲିମିଟେଡ, ମଧ୍ୟପ୍ରଦେଶର ଆଇଭସ୍ ଡ୍ରଗ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଏବଂ ଆଲାଏନ୍ସ ବାୟୋଟେକ, ହାଇଦ୍ରାବାଦ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031