Indus Valley Times

ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍ ସାଗର

 Breaking News

ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍ ସାଗର

ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍ ସାଗର
January 30
15:30 2023

କଟକ,୩୦/୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ।
ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ କଥା ଦୋହରାଇଛନ୍ତି। ହ୍ୟୁମାନ କହିଛନ୍ତି, ଆମ ଭିତରେ ବୁଝାମଣା ହୋଇଯାଇଛି। ଆମେ ଏକାଠି ରହିବୁ।
ସୂଚନାଯୋଗ୍ୟ, ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ଆଜି ମହିଳା ଥାନାରେ ପହଞ୍ଚିଥିଲେ। ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା ଶେଫାଳି ସୁନା ମଧ୍ୟ ଥାନାରେ ଆସିଥିଲେ। ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କୁ କାଉନସେଲିଂ କରିଥିଲା।
ଆଜି ଉଭୟ ନିଜର ନିଷ୍ପତ୍ତି ଜଣାଇଥିଲେ ମହିଳା ଥାନାରେ। ଏସପି ଅମିତାଭ ମହାପାତ୍ର ଓ ମହିଳା ଥାନାରେ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଉଭୟ ନିଜ ନିଷ୍ପତ୍ତି ଜଣାଇଥିଲେ। ସୂଚନାଯୋଗ୍ୟ, କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ ଶ୍ରେୟା। ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କାଉନସେଲିଂ ପାଇଁ ମହିଳା ଥାନାକୁ ଡକାଯାଇ କାଉନସେଲିଂ କରାଯାଇଥିଲା। କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ। ପରେ ଶ୍ରେୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ଥାନାକୁ ଆସିପାରିବେ ନାହିଁ ଏବଂ ୩୦ ତାରିଖରେ ଆସିବା ନେଇ ଅଧିକାରୀଙ୍କୁ ଅବଗତ କରିଥିଲେ। ଆଜି ଉଭୟ ମହିଳା ଥାନାରେ ହାଜର ହେବା ପରେ ଉଭୟଙ୍କର କାଉନସେଲିଂ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031