Indus Valley Times

ବିବାହର ୨ ସପ୍ତାହ ପରେ ସବ୍ୟର୍ଚ୍ଚିତା ଦର୍ଶନ କଲେ ମହାପ୍ରଭୁଙ୍କୁ

 Breaking News

ବିବାହର ୨ ସପ୍ତାହ ପରେ ସବ୍ୟର୍ଚ୍ଚିତା ଦର୍ଶନ କଲେ ମହାପ୍ରଭୁଙ୍କୁ

ବିବାହର ୨ ସପ୍ତାହ ପରେ ସବ୍ୟର୍ଚ୍ଚିତା ଦର୍ଶନ କଲେ ମହାପ୍ରଭୁଙ୍କୁ
March 20
19:44 2021

ପୁରୀ,୨୦/୩ : ବିବାହର ୨ ସପ୍ତାହ ପରେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ସଫଳ ଅଭିନେତା ସବ୍ୟସାଚୀ ଓ ତାଙ୍କର ପତ୍ନୀ ଅଭିନେତ୍ରୀ ଅର୍ଚ୍ଚିତା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଲାଗି ସବ୍ୟର୍ଚ୍ଚିତା ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଶ୍ରୀମନ୍ଦିରରେ ପହଂଚିଥିଲେ। ସେମାନେ ପ୍ରାୟ ଅଧ ଘଣ୍ଟା ପର‌୍ୟ୍ୟନ୍ତ ମନ୍ଦିର ପରିସରରେ ରହି ପୂଜାର୍ଚ୍ଚନା ଓ ଦୀପଦାନ କରିଥିଲେ । ସେମାନଙ୍କୁ ଦେଖିବା ପାଇଁ ଉଭୟ ମନ୍ଦିର ପରିସର ଏବଂ ବାହାରେ ସମର୍ଥକ ଓ ପ୍ରଶଂସକଙ୍କର ପ୍ରବଳ ଭିଡ଼ ଲାଗିଥିଲା।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ଓଡ଼ିଆ ଚଳଚ୍ଚିତ୍ରର ସଫଳ ଅଭିନେତା-ଅଭିନେତ୍ରୀ ସବ୍ୟର୍ଚ୍ଚିତାଙ୍କର ରାଜସ୍ଥାନରେ ରାଜକୀୟ ଢଙ୍ଗରେ ହୋଇଥିଲା ବିବାହ। ରିଲ୍ ଲାଇଫ ଯୋଡ଼ିରୁ ରିୟଲ ଲାଇଫରେ ପତିପତ୍ନୀ ହୋଇଛନ୍ତି ସବ୍ୟ ଓ ଅର୍ଚ୍ଚିତା।

-ସମ୍ବାଦ

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031