Indus Valley Times

ବିବାହ ପୂର୍ବରୁ ନୂଆ ଘରକୁ ନେଇ ଚର୍ଚ୍ଚା , ଏକାଠି ପହଞ୍ଚିଲେ ନିର୍ମାଣ ସ୍ଥଳରେ

 Breaking News

ବିବାହ ପୂର୍ବରୁ ନୂଆ ଘରକୁ ନେଇ ଚର୍ଚ୍ଚା , ଏକାଠି ପହଞ୍ଚିଲେ ନିର୍ମାଣ ସ୍ଥଳରେ

November 07
15:49 2021

ମୁମ୍ବାଇ ୭।୧୧ : ଗତ କିଛି ଦିନ ହେବେ ବଲିଉଡ୍ରେ ବିବାହ ଖବରକୁ ନେଇ ଆଲୋଚନା ଚାଲିଛି । ସେଥି ମଧ୍ୟରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ କିଛି ସମୟ ଧରି ଆଲୋଚନା ହେଉଛି।
ପୂର୍ବରୁ ଖବର ଆସିଥିଲା ଯେ ଏହି ଦମ୍ପତ୍ତି ଚଳିତ ବର୍ଷ ଶେଷ ଆଡକୁ ବିବାହ କରିପାରନ୍ତି କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ଉଭୟ ଆସନ୍ତା ବର୍ଷ ବନ୍ଧନରେ ବାନ୍ଧି ହେବେ। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି।
ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ହେଲେ ଏହି ସମୟରେ ନୀତୁ କପୁର, ରଣବୀର କପୁର ଏବଂ ଆଲିଆ ଭଟ୍ଟ ନୂତନ ଘର ନିର୍ମାଣ ସ୍ଥାନରେ ପରିଦର୍ଶନ କରିଥିଲେ।
ଏହା ପ୍ରଥମ ଘଟଣା ନୁହେଁ ଯେ ରଣବୀର କପୁର ଏବଂ ନୀତୁ କପୁର ଘର ନିର୍ମାଣ ଦେଖିବାକୁ ଆସିଛନ୍ତି। ଏହାପୂର୍ବରୁ ମଧ୍ୟ ସେ ଏଠାରେ ଅନେକ ଥର ନଜର ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ନୀତୁ କପୁର କିଛି ବୁଝାଉଥିବା ବେଳେ , ଯାହା ପରେ ଆଲିଆ ଚାଲି ଯିବାବେଳେ ରଣବୀର ଏବଂ ନୀତୁ କପୁର ଏକାଠି ଚାଲିକି ଯାଉଛନ୍ତି ।
ଏହା ଶୁଣିବାକୁ ମିଳୁଛି ଯେ ଏହି ଘରଟି ବାନ୍ଦ୍ରାଠାରେ । ରିପୋର୍ଟ ଅନୁଯାୟୀ କୁହାଯାଉଛି କି ରଣବୀର ଏବଂ ଆଲିଆ ବିବାହ ପରେ ଏଠାରେ ରହିବେ। ଏହି ଘର କପୁର ପରିବାରର ଅତି ନିକଟତର । ମୃତ୍ୟୁ ପୂର୍ବରୁ ରିଷି କପୁର ମଧ୍ୟ ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930