Indus Valley Times

ବିରାଟ କୋହିଲି , ପତ୍ନୀ ଅନୁଷ୍କା ଶର୍ମା କୋଭିିଡ -୧୯ ପାଇଁ ଦାନ କଲେ ୨ କୋଟି

 Breaking News

ବିରାଟ କୋହିଲି , ପତ୍ନୀ ଅନୁଷ୍କା ଶର୍ମା କୋଭିିଡ -୧୯ ପାଇଁ ଦାନ କଲେ ୨ କୋଟି

ବିରାଟ କୋହିଲି , ପତ୍ନୀ ଅନୁଷ୍କା ଶର୍ମା କୋଭିିଡ -୧୯ ପାଇଁ ଦାନ କଲେ ୨ କୋଟି
May 07
18:26 2021

ନୂଆଦିଲ୍ଲୀ, ୭/୫: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଦେଶରେ ଘାତକ କରୋନା ଭାଇରସ୍ ମହାମାରୀ ବିରୋଧରେ ଆଗକୁ ଆସିଛନ୍ତି । ଦୁହେଁ କୋଭିଡ୍-୧୯ ସହାୟତା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି । ଏହା ସହ ବିରାଟ୍ ଓ ଅନୁଷ୍କା ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଅଭିଯାନରେ ଆଗକୁ ଆସିବା ପାଇଁ କହିଛନ୍ତି ଓ ସ୍ୱଇଚ୍ଛାରେ ଦାନ କରିବାକୁ ଅନୁରୋଧ କରିଛନ୍ତି ।
ଆଇପିଏଲ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟିମର କ୍ୟାପଟେନ୍ ବିରାଟ୍ କୋହଲି ଏକ ଭିଡିଓ ଶେୟାର୍ କରିଛନ୍ତି, ଯେଉଁଥିରେ ତାଙ୍କ ସହ ଅନୁଷ୍କା ମଧ୍ୟ ଅଛନ୍ତି । ବିରାଟ୍ କହିଛନ୍ତି ଯେ ସେ ଓ ଅନୁଷ୍କା କୋଭିଡ୍-୧୯ ଲଢ଼େଇ ବିରୋଧରେ ଅଧିକରୁ ଅଧିକ ଲୋକଙ୍କୁ ସହାୟତା କରିବାକୁ ପ୍ରୟାସ କରିଛନ୍ତି । ବିରାଟ୍ ଓ ଅନୁଷ୍କାଙ୍କ ଏହି ମହତ କାମ ପାଇଁ ସୋଶାଲ ମିଡିଆରେ ଦୁହିଁଙ୍କୁ ଖୁବ୍ ପ୍ରଶଂସା କରାଯାଉଛି ।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031