Indus Valley Times

ବିଶିଷ୍ଟ ସାହିତ୍ୟିକ ପଦ୍ମ ଭୂଷଣ ମନୋଜ ଦାସଙ୍କ ପରଲୋକ

 Breaking News

ବିଶିଷ୍ଟ ସାହିତ୍ୟିକ ପଦ୍ମ ଭୂଷଣ ମନୋଜ ଦାସଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ପଦ୍ମ ଭୂଷଣ ମନୋଜ ଦାସଙ୍କ ପରଲୋକ
April 27
21:53 2021

ପୁଡୁଚେରୀ,୨୭/୪ : ବିଶିଷ୍ଟ ସାରସ୍ବତ ସାଧକ ଓଡ଼ିଶା ସାହିତ୍ୟର ମଉଡ଼ମଣି ପଦ୍ମ ଭୂଷଣ ମନୋଜ ଦାସ ଆଉ ନାହାନ୍ତି । ପୁଡ଼ୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂ ହୋମରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।
ସେ ଗତ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି ।
୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମନୋଜ ଦାସ ଓଡ଼ିଶାର ଜନମାନସରେ କୌଣସି ପରିଚୟର ଅପେକ୍ଷା ରଖନ୍ତି ନାହିଁ। କେବଳ ତାଙ୍କର ନାମ ହିଁ ଯଥେଷ୍ଟ। ଦୀର୍ଘବର୍ଷ ଧରି ସେ ସାହିତ୍ୟ ସାଧନାରେ ବ୍ରତୀ ରହିବା ସହ ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ବରିଷ୍ଠ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ ।
ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଥିଲା ଅତୁଳନୀୟ ଅବଦାନ। ଅନେକ କାଳଜୟୀ ଓଡ଼ିଆ ଉପନ୍ୟାସ ରଚନା କରିଛନ୍ତି ମନୋଜ ଦାସ। ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସ ଆଦିର ଲେଖକ ହେଉଛନ୍ତି ମନୋଜ ଦାସ। ଏହି ପୁସ୍ତକ ଗୁଡ଼ିକ ଖୁବ୍ ଲୋକପ୍ରିୟ। ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିବା ବେଳେ ୨୦୨୦ରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031