Indus Valley Times

ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

 Breaking News

ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ
November 07
18:39 2025

ଭୁବନେଶ୍ୱର,୭/୧୧ : ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ନୀତୀନ ଗଡ଼କରୀ ବଡ଼ ଘୋଷଣା କରି କହିଛନ୍ତି, ଓଡ଼ିଶା ସମେତ କିଛି ରାଜ୍ୟରେ ହାଇଡ୍ରୋଜେନ ଗାଡ଼ି ଚାଲିବ ।
ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ।ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି ଭବିଷ୍ୟତ। ଦେଶର ଚାଷୀ କେବଳ ଅନ୍ନଦାତା ନୁହନ୍ତି, ଇନ୍ଧନଦାତା ମଧ୍ୟ। ଏବେ ଚାଷୀ ଇଥାନଲ ପ୍ରସ୍ତୁତ କରୁଛି, ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି।ଏହାକୁ ଓଡ଼ିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍ ବୋଲି ଗଡ଼କରୀ କହିଛନ୍ତି।
ରୋଡ୍ସ କଂଗ୍ରେସ ସମାବେଶରେ କେନ୍ଦ୍ର ମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି।ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି।
ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା।ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକରାତ୍ମକ ଚିନ୍ତା ଓ ଟ୍ରାନ୍ସପରେନ୍ସି ଆବଶ୍ୟକ।ଏଥିସହ ଶୀଘ୍ର ନିଷ୍ପତ୍ତି ନେବା ଦରକାର, ଯାହା ବି ନିଷ୍ପତ୍ତି ନିଅନ୍ତୁ ଶୀଘ୍ର ନିଅନ୍ତୁ। ସଚ୍ଚୋଟ ବି ହେବା ଦରକାର, ଶୀଘ୍ର ନିଷ୍ପତ୍ତି ମଧ୍ୟ ନେବା ଆବଶ୍ୟକ। ଦେଶକୁ ଆଗକୁ ନେବାକୁ ହେଲେ ଏସବୁ ଆବଶ୍ୟକ ବୋଲି ଗଡ଼କରୀ କହିଛନ୍ତି।
ସେହିପରି ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ୨୦୧୪ ପରେ ସଡ଼କ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି। ୧୧ ବର୍ଷରେ ୬୦ ପ୍ରତିଶତ ସଡ଼କ ନିର୍ମାଣ ହୋଇଛି। ଗଡ଼କରୀଙ୍କ ଭିଜନ ପାଇଁ ଆଜି ଦେଶର ସଡ଼କପଥ ବିକଶିତ ହୋଇଛି।
ଓଡ଼ିଶାକୁ ବିକଶିତ କରିବାକୁ ଭିଜନ ରଖାଯାଇଛି। ୨୦୨୯ ସୁଦ୍ଧା ୧ ହଜାର କିମି ରାସ୍ତା କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ପୋର୍ଟ, ରାସ୍ତା ଓ ରେଳପଥର ବିକାଶକୁ ଗୁରୁତ୍ୱ ଦିଆଯାଉଛି।୨୦୧୪-୨୪ ମଧ୍ୟରେ ସଡ଼କ ପଥର ବିକାଶ ପାଇଁ ୧୦ହଜାର କୋଟି ମିଳିଛି। ଓଡ଼ିଶାକୁ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଆମ ଭିଜନ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031