Indus Valley Times

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ବ୍ରହ୍ମାଣ୍ଡପତି

 Breaking News

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ବ୍ରହ୍ମାଣ୍ଡପତି

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ବ୍ରହ୍ମାଣ୍ଡପତି
June 27
10:14 2025

ପୁରୀ, ୨୭/୬: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ଭକ୍ତ ଓ ଭଗବାନଙ୍କ ମହାମିଳନର ମହାପର୍ବ। ଆଜି ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇବେ ଶ୍ରୀଜୀଉ। ତେବେ ଏଥିପାଇଁ ପ୍ରସ୍ତୁତ ରହିଛି ରଥ ଆଉ ପଥ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ କାଳିଆ ସାଆନ୍ତେ। ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର ଓ ବଡଦାଣ୍ଡ। ସିଂହଦ୍ବାର ସମ୍ମୁଖରେ ଦାରୁଦିଅଁଙ୍କ ଅପେକ୍ଷାରେ ରହିଛି ୩ ରଥ। ଦୁଲୁକୁଛି ବଡଦାଣ୍ଡ, ଲୋକାରଣ୍ୟ ହେବାରେ ଲାଗିଛି ଶ୍ରୀକ୍ଷେତ୍ର।
ଦେଶ ବିଦେଶର କୋଣ ଅନୁକୋଣରୁ ଲକ୍ଷଲକ୍ଷ ଭକ୍ତଙ୍କ ଶ୍ରୀକ୍ଷେତ୍ରରୁ ସୁଅ ଛୁଟୁଛି। ରଥ ଉପରେ ଚକାଆଖିଆକୁ ଆଖି ପୁରାଇ ଦର୍ଶନ କରିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ମଣିମାଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବାକୁ ବ୍ୟାକୁଳ ହେଉଛି ଭକ୍ତ ମନ। ସକାଳ ସାଢେ ୯ଟାରେ ଠାକୁରମାନଙ୍କ ପହଣ୍ଡି ହେବ। ଅପରାହ୍ନ ୪ଟାର ରଥଟଣା ଆରମ୍ଭ ହେବ।
ଘୋଷଯାତ୍ରା ନୀତିନିର୍ଘଣ୍ଟ: ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ଅନୁସାରେ, ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳା ନୀତି ଓ ୬ଟା ୨୦ରେ ମଇଲମ ନୀତି ସମ୍ପନ୍ନ ହୋଇଛି। ସାଢେ ୬ଟାରେ ତଡପ ଲାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର‌୍ୟ୍ୟପୂଜା, ସାଢେ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି। ସକାଳ ୮ଟାରେ ଖେଚୁଡି ଭୋଗ ଲାଗି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳର୍ପଣ, ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ।
ପୂର୍ବାହ୍ନ ସାଢେ ୧୨ଟାରେ ପହଣ୍ଡି ଶେଷ ହୋଇ ୧ଟାରେ ଶ୍ରୀମଦନମୋହନ ଓ ଶ୍ରୀକୃଷ୍ଣ ରଥରେ ବିଜେ ହେବେ। ୨ଟା ସୁଦ୍ଧା ଠାକୁରଙ୍କ ଚିତାଲାଗି କରାଯିବ। ସାଢେ ୨ଟାରେ ବେଶ ଶେଷ ହେବ । ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ସରିବ। ଅପରାହ୍ନ ୩ଟାରେ ଚାରମାଳ ଫିଟା, ଘୋଡା ସାରଥୀ ଲାଗିବା ପରେ ୪ଟାରେ ରଥଟଣା ଆରମ୍ଭ ହେବ। ସେପଟେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ। ଏନଏସଜି ସ୍ନାଇପରଙ୍କ ସହ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୦ହଜାର ପୋଲିସ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ନିରାପତ୍ତା ପାଇଁ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031