Indus Valley Times

ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ

 Breaking News

ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ

ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ
October 07
19:47 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର/ଓଡ଼଼ିଶା,୭/୧୦ : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ବ୍ୟୁରୋ ପକ୍ଷରୁ କୁଳପତି ପ୍ରଫେସର ବିଭୂତି ଭୂଷଣ ମଲିକଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ନିମନ୍ତେ ମନୋନୟନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ମନୋନୟନ ଶିବିରରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୪୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।ଶିବିରରେ ସ୍ୱେଚ୍ଛାସେବୀମାନଙ୍କର ଶାରୀରିକ ପରୀକ୍ଷାପ୍ୟାରେଡ୍,ଦୌଡ଼ ସହିତ ସାଂସ୍କୃତିକ ଦକ୍ଷତାର ମଧ୍ୟ ପରୀକ୍ଷା କରାଯାଇଥିଲା।
ବିଭିନ୍ନ ପର୍ଯ୍ୟାୟର ପରୀକ୍ଷା ପରେ ୬ ଜଣ ଛାତ୍ର ଓ ୪ ଜଣ ଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ଶିବିରରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଛି।ମନୋନୀତ ସ୍ୱେଚ୍ଛାସେବୀମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପରବର୍ତ୍ତୀ ପର୍ଯ୍ୟାୟ ଶିବିରରେ ଅଂଶଗ୍ରହଣ କରିବେ।
ଶିବିର ପରିଚାଳନାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍ ବ୍ୟୁରୋର ସଂଯୋଜକ ଡ.ବଂଶୀଧର ଦୀପ,ବଲାଙ୍ଗିର ଜିଲ୍ଲା ଅଧିକାରୀ ଡ.ଅଜିତ କୁମାର ଭୋଇ,ସୋନପୁର ଜିଲ୍ଲା ଅଧିକାରୀ ଶ୍ରୀ ଧୀରେନ୍ଦ୍ର ମିଶ୍ର,ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ନାଏକ ଓ ସହାୟକ ମନୋରଞ୍ଜନ ପଟେଲ ପ୍ରମୁଖ ସହଯୋଗ କରିଥିଲେ।
ଏଥିସହ ବିଭିନ୍ନ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ.ଲକ୍ଷ୍ମଣ ମେହେର, ଭବାନୀଶଙ୍କର ବାରିକ,ଛନ୍ଦାଚରଣ ଖୁଣ୍ଟିଆ,ଯୁଧିଷ୍ଠିର ପ୍ରଧାନ, ଡ.ମିନତି ଦେବତା ଓ ଅତୁଲ୍ୟ କୁମାର ଭୋଇ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।
ଶିବିରର ବିଭିନ୍ନ ପରୀକ୍ଷା ଓ କାର୍ଯ୍ୟକ୍ରମକୁ ଭୂତପୂର୍ବ ସୈନିକ ଶ୍ରୀ ବିଜନ କୁମାର ପଣ୍ଡା,ଡା.ମନମୋହନ ବାଗ,ଖେଳ ଶିକ୍ଷକ ଦେବାଶିଷ ନାଗ ଓ ଡ.ସୁଶାନ୍ତ କୁମାର ପଣ୍ଡା ସୁଚାରୁ ରୂପେ ପରିଚାଳନା କରିଥିଲେ।
ଏହି ଶିବିରର ସଫଳ ପରିଚାଳନାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍ ୟୁନିଟ୍‌ର ସ୍ୱେଚ୍ଛାସେବୀ ସୋନାଲି ସେଠୀ,ମଧୁସ୍ମିତା ରାଉତ,ଆକାଶ ମେହେର,ବବ୍‌ଲୁ,ଆକାଶ ପଧାନଙ୍କ ସମେତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସକ୍ରିୟ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031