Indus Valley Times

ବିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି

 Breaking News

ବିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି

ବିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି
March 14
19:29 2023

ଭୁବନେଶ୍ବର,୧୪/୩ : ସ୍ବିଜରଲାଣ୍ଡର ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ବର୍ଷ ୨୦୨୨ ପାଇଁ ବିଶ୍ବର ଏୟାର କ୍ବାଲିଟି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ବିଶ୍ବର ୫୦ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୩୯ଟି ଅଛି । ଏହି ତାଲିକାରେ ଓଡ଼ିଶାର ତାଳଚେର ରହିଛି ।
ତାଳଚେର ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଏହାର ବାୟୁ ଗୁଣବତ୍ତା ସୂଚକାଙ୍କ ୧୫୨ ରହିଛି । ସେହିପରି ପ୍ରଦୂଷଣ ପରିମାପରେ ଏକ ପ୍ରମୁଖ ସୂଚକ ଭାବେ ପରିଗଣିତ ହେଉଥିବା ପିଏମ ୨.୫ (ପାର୍ଟିକୁଲେଟ୍ ମ୍ୟାଟର ୨.୫) କ୍ଷେତ୍ରରେ ବି ତାଳଚେରର ସ୍ଥିତି ଖରାପ ରହିଛି । ତାଳଚେର ବାୟୁମଣ୍ଡଳରେ ପିଏମ ୨.୫ର ସାନ୍ଧ୍ରତା ୫୮.୨ (ମାଇକ୍ରୋଗ୍ରାମ ପ୍ରତି ଘନ ମିଟର) ରହିଛି । ଏହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବାର୍ଷିକ ବାୟୁ ଗୁଣବତ୍ତା ଅନୁମୋଦିତ ମୂଲ୍ୟର ପ୍ରାୟ ୧୧.୬ ଗୁଣ ରହିଛି । ଏଣୁ ରହିବା ଲାଗି ଏହି ସହର ଅସ୍ବାସ୍ଥ୍ୟକର ବୋଲି ରିପୋର୍ଟରେ କୁହାଯାଇଛି । ଭଚ୍ଚ
ଓଡ଼ିଶାର ଆଉ ଏକ ଶିଳ୍ପ ନଗରୀ ଝାରସୁଗୁଡ଼ାର ବାୟୁ ଗୁଣବତ୍ତା ସୂଚକାଙ୍କ ୧୪୨ ଥିବାବେଳେ ପିଏମ୨.୫ମାତ୍ରା ୫୨.୨ ରହିଛି । ଭୁବନେଶ୍ବରର ବାୟୁ ଗୁଣବତ୍ତା ସୂଚକାଙ୍କ ୧୨୦ ଥିବାବେଳେ ପିଏମ୨.୫ ମାତ୍ରା ୪୩.୨ ରହିଛି ।
ସୂଚନାଯୋଗ୍ୟ ଯେ ପାର୍ଟିକୁଲେଟ ମ୍ୟାଟର ହେଉଛି ବାୟୁମଣ୍ଡଳରେ ଥିବା ଅତି ସୂକ୍ଷ୍ମ କଣିକା ଯାହାକି ମଣିଷ ଶରୀର ପାଇଁ ବେଶ ହାନୀକାରକ ହୋଇଥାଏ । ଏସବୁ କଣିକା ଅଧିକ ମାତ୍ରାରେ ବାୟୁମଣ୍ଡଳରେ ରହିବା ଦ୍ବାରା ସହରଗୁଡ଼ିକ ଧୂଆଁଳିଆ ଦେଖାଯାଏ ।
ତାଳଚେରରେ କୋଇଲା ଖଣି ସମେତ ବିଭିନ୍ନ ପ୍ରକାରର ଶିଳ୍ପାନୁଷ୍ଠାନ ଥିବାରୁ ସହରର ପ୍ରଦୂଷଣମାତ୍ରା ନିୟମିତ ଭାବେ ଅଧିକ ରହିଆସିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031