Indus Valley Times

ବିଶ୍ୱ ରେଡକ୍ରସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

 Breaking News

ବିଶ୍ୱ ରେଡକ୍ରସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

May 02
19:42 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୫: ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଶ୍ୱ ରେଡକ୍ରସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଡକ୍ରସ ପାଣ୍ଠି ବୃଦ୍ଧି ସକାଶେ ଯୋଜନା କରାଯିବା ସହିତ ପ୍ରତି ତିନି ମାସରେ ରେଡକ୍ରସ କମିଟି ବୈଠକ ବସାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲାର ସମସ୍ତ ଅଧିକାରୀ ଅତି କମ୍‌ରେ ୧ ହଜାର ଟଙ୍କା ଦେଇ ରେଡକ୍ରସର ଆଜୀବନ ସଦସ୍ୟ ହେବାକୁ ଜିଲାପାଳ ଶ୍ରୀମିଶ୍ର ଅନୁରୋଧ କରିଥିଲେ ।
ଆସନ୍ତା ୮ ତାରିଖ ଦିନ ବିଶ୍ୱ ରେଡକ୍ରସ ଦିବସ ଅବସରରେ ଏକ ଶୋଭାଯାତ୍ରା ଜିଲ୍ଲା ସଂଗ୍ରହାଳୟଠାରୁ ବାହାରି ବାଘଗୁଡା ଛକ,ଗାନ୍ଧୀଛକ ଏବଂ ଓୟାରଲେସ ଛକ ଦେଇ ପୁନର୍ବାର ସଂଗ୍ରହାଳୟ ପର୍ଯ୍ୟନ୍ତ ଆସିବ ।
ଏହି ଉପଲକ୍ଷେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ ଟି ସ୍ତରରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ୫ ତାରିଖ ଦିନ ଅନୁଷ୍ଠିତ ହେବ, ଏହାର ଆୟୋଜନ ଦାୟିତ୍ୱ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝିଙ୍କୁ ପ୍ରଦାନ କରାଯାଇଥିଲା ।
ଉକ୍ତ ଦିବସରେ ଏକ ରକ୍ତଦାନ ଶିବିର ଆୟୋଜନ ସହିତ ସ୍ୱଧାର ଗୃହ,କୁଷ୍ଠାଶ୍ରମ,ଗାଈଗୋଠ ପଡିଆ,ଝାଡରାଜିଙ୍ଗ ଜରାଶ୍ରମଠାରେ ଅସହାୟ ଲୋକମାନଙ୍କୁ ରେଡକ୍ରସ ସାମଗ୍ରୀ ବଣ୍ଟନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସନ୍ଧ୍ୟାରେ ଜିଲ୍ଲା ସଂଗ୍ରହାଳୟଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରୁ ସଂଗୃହୀତ ପାଣ୍ଠି ଜିଲ୍ଲା ରେଡକ୍ରସକୁ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲ୍ଲାଶିକ୍ଷା ଅଧିକାରୀ ଡଃ.ଉଦୟନାଥ ମାଝୀ,ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ,ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ମା ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ
ବୌଦ୍ଧ,୨/୫: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ମଥୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦନ୍ତାପାଲିସ୍ଥିତ ମା ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ ଓ ସମ୍ପାଦକ କୃତିବାସ ପଲିଆଙ୍କ ପ୍ରତ୍ୟକ୍ଷ ତଚ୍ଛ୍ୱାବଧାନରେ ପ୍ରାୟ ତିନିଶହ ବୁଲା ଗୋରୁ ଗାଈଙ୍କୁ ନେଇ ପ୍ରାୟ ତିନିବର୍ଷ ହେଲା ଏହି ଗୋଶାଳାରେ ପ୍ରତିପାଳନ କରାଯାଉଅଛି ।
ସକାଳେ ଗୋ ଚିକିତ୍ସା,ଗୋ ସ୍ନାନ,ଗୋ ପୂଜନ ଓ ଗୋ ବନ୍ଦନା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ପୂର୍ବ କୃଷି ଅଧିକାରୀ ତଥା ହରଭଙ୍ଗା ବ୍ଲକ ଆତ୍ମା ଅଧ୍ୟକ୍ଷ ପୁର୍ଣ୍ଣ ଚନ୍ଦ୍ର ଗାଈଗୌରିଆ ପ୍ରମୁଖ ଯୋଗଦେଇ ଗୋଶାଳାର ଉନ୍ନତି କାମନା କରିଥିଲେ । ଗୋପୂଜନ ରେ ବାବା ଖଗେଶ୍ୱର ବାନପ୍ରସ୍ତି,ରାଜୀବ ବାବା, ଗୋଚିକିତ୍ସକ ଅଶୋକ ଶତପଥୀ ପ୍ରମୁଖ ଯୋଗଦେଇ ଗୋମାତାମାନଙ୍କ ଚିକିତ୍ସା କରିଥିଲେ ।
ଏହି ଅବସରରେ ୩୦ ଗୋଟି ନୂଆ ବାଛୁରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାର୍ଯ୍ୟକାରୀ ସଦସ୍ୟ ପରମାନନ୍ଦ ପ୍ରଧାନ ଓ ଗୋଶାଳା ତତ୍ୱାବଧାରକ ଭାଗ୍ୟଧର ମହାକୁଡ ମଞ୍ଚାସୀନ ଥିଲେ । ବିଭିନ୍ନ ଆଲୋଚନାରେ ଜୁନ ମାସରେ ରାଜ୍ୟସ୍ତରୀୟ ଗୋସେବକ ସମ୍ମିଳନୀ ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ଉକ୍ତ ଉତ୍ସବକୁ ମୁଖ୍ୟଅତିଥି ଭାବରେ ମହାମହିମ ରାଜ୍ୟପାଳ ଓଡ଼ିଶା ଓ ପୁରୀ ବାଲିଘାଇ ମଠାଧୀଶ ପ୍ରଜ୍ଞାନନ୍ଦ ସରସ୍ୱତୀଙ୍କୁ ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ଆମନ୍ତ୍ରଣ କରାଯିବାକୁ ସ୍ଥିର କରାଯାଇଛି ।
ଏହି ଜିଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସରରେ ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ଭାଗ ନେଇ ଗୋଶାଳାର ଉନ୍ନତି ପାଇଁ ଉପସ୍ଥାପନା କରିଥିଲେ ।
ଗଛରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ, ୪ ଆହତ
ବୌଦ୍ଧ, ୨/୫ : ବୌଦ୍ଧ ଥାନା ଖୋର୍ଦ୍ଧା- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ନିକଟରେ ଏକ କାର ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଥିବା ଜଣାପଡିଛି ।
ସୁଚନା ମୁତାବକ କଟକ ଜିଲ୍ଲା ନରସିଂହପୁରର ଅମ୍ବୁଜା ଲୋଚନ ମହାନ୍ତୀଙ୍କ ପରିବାର ଏକ କାର ଓଡି-୦୨ଏଜି-୧୬୬୬) ଯୋଗେ କୌଣସି କାମରେ ସମ୍ବଲପୁର ଯାଉଥିବା ବେଳେ ବୌଦ୍ଧ ସହରର ନିକଟସ୍ଥ ଲାଣ୍ଡିବନ୍ଧ ଠାରେ ଜାତୀୟ ରାଜପଥ ଉପରେ ଥିବା ଏକ ଗଛରେ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣା ହେବ ସହ ବିଲ ଭିତରକୁ ପଶିଯାଇଥିଲା ।
କାରଟି ଦୁର୍ଘଟଣା ହେବା ଫଳରେ ଚାଳକ ସମେତ ଶ୍ରୀମହାନ୍ତି ଓ ତାଙ୍କ ସ୍ତ୍‌ୀ ଓ ଝିଅ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଅହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନଓ ଯୋଗେ ବୌଦ୍ଧ ମେଡିକାଲକୁ ପଠାଇଥିଲେ । କିନ୍ତୁ ଗୁରୁତର ହେବାରୁ ସମସ୍ତ ଆହତ ମାନଙ୍କୁ ବୁର୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ଖବର ପାଇ ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବକେୟା ବିଲ ନପାଇବାରୁ ପ୍ରକଳ୍ପକୁ ଭାଙ୍ଗିଲେ ଠିକାଦାର,ନାଏକ ପଡା ଗୁମ୍ପାରେ ଜଳଯୋଗାଣ ପ୍ରକଳ୍ପ ବ୍ୟାହତ
ବୌଦ୍ଧ,୨/୫: ବକେୟା ବିଲ ନପାଇବାରୁ ଜଣେ ଠିକାଦାର ନିର୍ମାଣ କରିଥିବା ପ୍ରକଳ୍ପକୁ ଭାଙ୍ଗିଥିବ ଏକ ଘଟଣା ଜଣାପଡିଛି । ପ୍ରକଳ୍ପ ଭାଙ୍ଗିବା ଯୋଗୁଁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳି ପାତାଳି ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫାକୁ ଜଳଯୋଗାଣ ପ୍ରକଳ୍ପ ବ୍ୟାହତ ହୋଇପଡିଥିବା ଜଣାପଡିଛି । ଫଳରେ ପର୍ଯ୍ୟଟକଙ୍କ ପାଇଁ ପାନୀୟଜଳ ବହୁ ହଇରାଣ ହେବାକୁ ପଡିଛି ।
ମିଳିଥିବା ସୁଚନା ମୁତାବକ ଜଣେ ଠିକାଦାର ୨୦୨୧ ଫେବୃୟାରୀ ମସିହାରୁ ହରଭଙ୍ଗା ବିଡିଓ, ବୌଦ୍ଧ ପିଡିଡିଆରଡିଏ ଓ ସ୍ଥାନୀୟ ସରପଞ୍ଚଙ୍କ ପରାମର୍ଶ କ୍ରମେ ଉକ୍ତ ପର୍ଯ୍ୟଟନସ୍ଥଳିକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଥିଲେ । କିନ୍ତୁ ପ୍ରକଳ୍ପକାର୍ଯ୍ୟ ନିର୍ମାଣ ବାବଦକୁ କୁଆଡେ ୧୦ ଲକ୍ଷ ଟଙ୍କା ଅର୍ଥ ପାଇବାର ଥିଲା ।
କିନ୍ତୁ ବାରମ୍ବାର ମାଗିବା ସ୍ୱତ୍ତେ ତାଙ୍କା ବକେୟା ଅର୍ଥ ନମିଳିବାରୁ ଶନିବାର ଦିନ ପ୍ରକଳ୍ପରେ ଲାଗିଥିବା ପାଇପ କାଟିଦେଇଥିଲେ । ଫଳରେ ସେଠାରେ ଥିବା ବନ୍ୟପ୍ରାଣୀ ଓ ରହୁଥିବା ଶ୍ରଦ୍ଧାଳୁ ପାଣି ପାଇ ବହୁ ହଇରାଣ ହେବାକୁ ପଡିଛି ।
ଏନେଇ ହରଭଙ୍ଗା ବ୍ଳକ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଜେନାଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣି ନାହିଁ ବୋଲି ପ୍ରକାଶ କରିଥିଲେ । ଏନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031