Indus Valley Times

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧିଙ୍କ ବୌଦ୍ଧ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ

 Breaking News

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧିଙ୍କ ବୌଦ୍ଧ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧିଙ୍କ ବୌଦ୍ଧ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ
November 02
23:35 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୨/୧୧ : ବୌଦ୍ଧଜିଲ୍ଲାର ୧୦୮ ଟି ଗ୍ରାମକୁ ଫାଇଲେରିଆ ମୁକ୍ତ ଭାବରେ ବଛା ଯାଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧି ଦଳ ଦୁଇଦିନିଆଁ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା କିଛି ଗ୍ରାମ ପରିଦର୍ଶନ କରିବା ସହିତ ବିଭିନ୍ନ ତଥ୍ୟ ସଂପର୍କରେ ଅନୁଧ୍ୟାନ କରିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀ ୬ ବର୍ଷରୁ ୭ ବର୍ଷର ଶିଶୁଙ୍କୁ ବାତଜ୍ୱର ସଂପର୍କିତ ପରୀକ୍ଷା କରିବା ସହିତ ସେମାନଙ୍କ ମନୋରଞ୍ଜନ ପାଇଁ ଚିତ୍ରାଙ୍କନ କରିବାକୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ । ଆସନ୍ତା ୧୦ ଦିନ ମଧ୍ୟରେ ପ୍ରତ୍ୟେକ ବ୍ଲକରୁ ତିନୋଟି ଲେଖାଏଁ ଟିମ ଗଠନ କରାଯାଇ ବାତଜ୍ୱର ପରୀକ୍ଷା କରାଯିବ ।

ଏହି ଟିମ୍ ରେ ଆଶା,ଅଙ୍ଗନବାଡି କର୍ମୀ,ସ୍ୱାସ୍ଥ୍ୟ କର୍ମୀ ଓ ଲେବରେଟୋରୀ ଆସିଷ୍ଟାଣ୍ଟ ଯୋଗଦେଇ ଶିଶୁମାନଙ୍କ ବାତଜ୍ୱର ପରୀକ୍ଷା କରିବେ । ଅପରାହ୍ନରେ ଏହି ପ୍ରତିନିଧି ଦଳ ଜିଲ୍ଲାର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିଥିଲେ । ସଂଗ୍ରହାଳୟ ମଧ୍ୟରେ ସଂରକ୍ଷିତ ହୋଇ ରହିଥିବା ବୌଦ୍ଧଜିଲାର ପୂରାତନ କିର୍ତ୍ତିରାଜୀ,ସଂସ୍କୃତି,ପରମ୍ପରାର ପ୍ରତୀକ ସହିତ ରାଜାଙ୍କ ଶାସନ ସମୟରେ ବ୍ୟବହୃତ ସାମଗ୍ରୀ ସବୁ ଦେଖି ପ୍ରତିନିଧି ଦଳ ଅଭିଭୁତ ହୋଇଥିଲେ ଏବଂ ଜିଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଏହି ପ୍ରତିନିଧି ଦଳର ମୁଖ୍ୟ ମିଶ୍ ପେଡେନଙ୍କ ସହିତ ଡା. ବଶ୍ୱପ୍ରକାଶ ଦତ୍ତ,ଡା. ଶ୍ୟାମବନ୍ଧୁ ରଥ,ଡା. ମଦନ ପ୍ରଧାନ ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଯୋଗଦେଇଥିଲେ । ଆର୍କିଟେକ୍ ସୁମନ ଷଡଙ୍ଗୀ ପ୍ରତିନିଧି ଦଳଙ୍କୁ ସଂଗ୍ରହାଳୟ ବୁଲାଇ ଦେଖାଇବା ସହିତ ସଂଗୃହୀତ ସାମଗ୍ରୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ବୌଦ୍ଧ: ଜିଲ୍ଲା ଯୁବ ଡୁମ୍ବାଲ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ସମାବେଶ

ବୌଦ୍ଧ,୨/୧୧ : ବୌଦ୍ଧଜିଲ୍ଲା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମଳପୁର ମାହେଶ୍ୱରୀ ବିହାରଠାରେ ଜିଲ୍ଲା ଯୁବ ଡୁମ୍ବାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଯୁବ,ମହିଳା ଓ ପଛୁଆବର୍ଗ ସମାବେଶ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ତେଲିବନ୍ଧ ମହାନଦୀ ଘାଟରୁ ୨୫ଗୋଟି କଳସରେ ପାଣି ନେଇ ପୂଜା କାର‌୍ୟ୍ୟ କରାଯାଇଥିଲା ।

ଜିଲ୍ଲା ଯୁବ ଡୁମ୍ବାଲ ବିକାଶ ପରିଷଦର ସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରିଷଦର ଉପଦେଷ୍ଟା ଦେବାର୍ଚ୍ଚନ ଚାଉଳିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମାବେଶକୁ ଉଦଘାଟନ କରିବାସହ ଜାତିଭାଇମାନଙ୍କ ଉନ୍ନତି ଓ ପ୍ରଗତି ପାଇଁ ବହୁମୂଲ୍ୟ ପରାମର୍ଶ ଦେଇଥିଲେ ।

ସମ୍ପାଦକ କୃତିବାସ ପଲିଆ ବିବରଣୀ ପାଠ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜାତିଭିତ୍ତିକ ପତ୍ରିକା ଆମେ ଡୁମ୍ବାଲର ସମ୍ପାଦକ ହରିଶଙ୍କର ବେହେରା,ମହେଶ୍ୱର ପ୍ରଧାନ,ସୁଶାନ୍ତ ବାଘ,ଦେବହରି ମହାକୁଡ ଉପଦେଷ୍ଟା ଅକ୍ରୁର କଲତା,ସୁଦାମ ଖମାରୀ,ବିଶିକେସନ ପ୍ରଧାନ,ପ୍ରଭାତ ପ୍ରଧାନ,ସୀତାକାନ୍ତ ସିଂହ,ଦୟାସାଗର ମେଣ୍ଡିଲି,ଲଳିତ ଥାଟି ପ୍ରମୁଖ ଯୋଗଦେଇ ଗୋଆଧାରିତ କୃଷି ଉପରେ ବକ୍ତବ୍ୟ ରଖିଥିଲେ ।

ଗୋସେବକ ସାଧୁ ମଧୁସୁଦନ ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ବୈଠକରେ ଚୈତନ୍ୟ କର୍ଣ୍ଣ,ସତ୍ୟନାରାୟଣ ବଘାର,କୃଷ୍ଣଚନ୍ଦ୍ର ପ୍ରଧାନ ଓ ଧରଣୀଧର ଲଉରିଆ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । କାର‌୍ୟ୍ୟକ୍ରମକୁ ସଫଳ କରିବା ପାଇଁ ମାହେଶ୍ୱରୀ ସେବକ ଅରୁଣ ମେଣ୍ଡିଲି,ପୁରୁଷୋତ୍ତମ ମହାକୁଡ,ଦୁର‌୍ୟ୍ୟୋଧନ ପ୍ରଧାନ,କୈଳାଶ କ୍ଷେତି,ସୁଶାନ୍ତ ପ୍ରଧାନ,ମାନଗୋବିନ୍ଦ ପ୍ରଧାନ,ଦିଲ୍ଲିପ କୁମାର କର୍ମୀ,ଅଜିତ କୁମାର ମହାକୁଡ,ସିକୁନ ପ୍ରଧାନ, ସୁରେନ୍ଦ୍ର କର୍ଣ୍ଣ,ର୍ଗା ମହାକୁଡ,ସଞ୍ଜୟ ପ୍ରଧାନ,ତ୍ରିପୁର ମହାକୁଡ,ଧରଣୀଧର ମହାକୁଡ,ରିଲୁ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଦେଶବନ୍ଧୁ ମହାକୁଳ ଧନ୍ୟବାଦ ପ୍ରଦାନ କରିଥିଲେ ।

ମାନସିକ ବିକୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମେଡିକାଲ ଟିମ୍

ବୌଦ୍ଧ,୨/୧୧ : ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଗତ ୨୮ ତାରିଖ ଦିନ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ବୌଦ୍ଧ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିଲା ।

ସଂପୃକ୍ତ ବ୍ୟକ୍ତିଙ୍କ ପରିବାରଲୋକଙ୍କ ସହ ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯିବାପରେ ତାଙ୍କର ପିତା ଧୁବେଇ ଷାଣ୍ଢ ପୁଅକୁ ଘରକୁ ଫେରାଇନେବାକୁ ଆଶ୍ରୟକେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ସେ ଯିବାକୁ ରାଜି ହୋଇନଥିଲେ । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନସିକ ବିକୃତ ଅବସ୍ଥାରେ ଥିବା ନିଳମଣିକୁ ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିଲା ।

ମଙ୍ଗଳବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ସହିତ ଜିଲା ସାମାଜିକ ସୂରକ୍ଷା ଅଧିକାରୀ ଆଦିପତି କହଁର ଆଶ୍ରୟ କେନ୍ଦ୍ରରେ ପହଞ୍ଚିଥିଲେ ।

ନିଳମଣିଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଡାକ୍ତରୀଦଳ ପଚାରି ବୁଝିବା ସହିତ ତାଙ୍କୁ ଘରକୁ ଫେରାଇନେବାକୁ ଆଲୋଚନା କରିଥିଲେ । କିନ୍ତୁ ନିଳମଣି ଘରକୁ ଫେରିବାକୁ ରାଜି ନହେବାରୁ ଅଧିକ ୭ ଦିନ ପର‌୍ୟ୍ୟନ୍ତ ତାଙ୍କୁ ଆଶ୍ରୟ କେନ୍ଦ୍ରରେ ରଖାଯିବାସହ ଚିକିତ୍ସାସେବା ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକହଁର ସୂଚନା ପ୍ରଦାନ କରିଛନ୍ତି ।

ଏହି ଡାକ୍ତରୀଦଳରେ ମନସ୍ୱତ୍ତ୍ୱବିତ ଡା. ଅବିନାଶ ମିଶ୍ର,ସାମାଜିକ କର୍ମୀ ସିଦ୍ଧାର୍ଥ କୁମାର ସାହୁ, ସେବିକା ଶୈଳବାଳା ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ ଓ ଆଶ୍ରୟ କେନ୍ଦ୍ରର ପରିଚାଳକ କୃପାସିନ୍ଧୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031